Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷ୍ଠ କିରାଣୀ ଓ ପିଅନ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କଳାହାଣ୍ଡି,୦୭/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଦ୍ୟାଳୟ ର ମୂଳଦୁଆ ପଡିବା ଦିନଠାରୁ ନିରବିଛିନ୍ନ ଭାବେ ସେବା ଯୋଗାଇ ଦେଇଥିବା ଦୁଇ କର୍ମଚାରୀ ଙ୍କ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ରେ କନିଷ୍ଠ କିରାଣୀ ଶଙ୍କର ପ୍ରସାଦ ଗହୀର ଓ ପିଅନ ମହେଶ୍ବର ବାଗ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ କଲେଜ ର ଅଧ୍ୟାପକ ଦେବେନ୍ଦ୍ର ମେହେର, ପ୍ରଭାତ କୁମାର ଶୁକ୍ଳା, ଅନୀଲ କୁମାର ବାଗ, ଯୁଗଳ କିଶୋର ବାଗ,ରାଜେଶ ବାଗ,ପୂର୍ବତନ କିରାଣି ଯୁଗଳ କିଶୋର ହଂସ ଉପସ୍ଥିତ ରହି କନିଷ୍ଠ କିରାଣୀ ଶ୍ରୀ ଗହୀର ଓ ପିଅନ ଶ୍ରୀ ବାଗ ଙ୍କୁ କଲେଜ ଆରମ୍ଭ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମର୍ପିତ ସେବା କୁ ଉଚ୍ଚ ପ୍ରସଂଶା କରିବା ସହ ଅବସର ଜୀବନ ସୁଖଶାନ୍ତି ରେ ଅତିବାହିତ ହେଉ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ।ମଞ୍ଚ ପରିଚାଳନା ରେ ଅଧ୍ୟାପକ ସ୍ୱାଧୀନ ପୁଝାରି ସହଯୋଗ କରିଥିଲେ।ଏହି ଅବସରରେ ଅଧ୍ୟାପିକା ଲିପ୍ସାରାଣି ଦାସ,ଜ୍ୟୋର୍ତିମୟୀ ପାଣିଗ୍ରାହୀ,କିରାଣୀ ମୋହନ ବାଗ,କର୍ମଚାରି ସୁଜିତ କୁମାର ପଣ୍ଡା,କିଶୋର ଚନ୍ଦ୍ର ବିଶି, ମଧୁସୂଦନ ନାଗ, ଗିରିଧାରୀ ବିଶି,ରେଣୁ ନାଏକ, ରୋମାଞ୍ଚଳ ପଟ୍ଟନାୟକ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ