ମିଳିତ ଶିକ୍ଷକ ସଂଘ ପକ୍ଷରୁ ୩ ଅଵସର ପ୍ରାପ୍ତ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା।
କଳାହାଣ୍ଡି,୦୮/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଶନିବାର ଆମପାଣି ସ୍ଥିତ ଡାକବଙ୍ଗଳା ଠାରେ ଗତମାସ ଚାକିରୀ ରୁ ଅବସର ନେଇଥିବା ବ୍ଲକର ୩ ଜଣ ବରିଷ୍ଠ ଶିକ୍ଷକ ମୁରଲୀଧର ମାଝୀ, ଭୁବନେଶ୍ୱର ନିଆଲ ଏବଂ ନିର୍ମଳ ଚନ୍ଦ୍ର ସାହୁ ଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ( ମିଳିତ ) ତରଫରୁ ତାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି ।
ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶିକ୍ଷକ ପ୍ରମୋଦ କୁମାର ପୁରୋହିତ ଙ୍କ ସଭାପତିତ୍ୱ ରେ ରେ ମୁଖ୍ୟଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ମୁଖ୍ୟବକ୍ତା ରୂପେ ଜିଲ୍ଲା ଏନପିଏସ ଶିକ୍ଷକ ସଂଘ ସମ୍ପାଦକ ବୈକୁଣ୍ଠ ଜାଲ,ସମ୍ମାନିତ ଅତିଥି ଭାବେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଏନପିଏସ ସଭାପତି ଚନ୍ଦ୍ରମୋହନ ପୂଝରୀ, ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ ଯୋଗଦାନ କରିଥିଲେ। ପରେ ୩ ଶିକ୍ଷକ ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସେମାନଙ୍କ ଅଵସର କାଳୀନ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ ରେ ଶିକ୍ଷକ ଭାଗ୍ୟବାନ ବାଗ,ପଞ୍ଚାନନ ମାଝୀ, ନବୀନ ମାଝୀ, ରମାକାନ୍ତ ଗୌଡ଼,ଏମଏନ ପଦ୍ମଲୋଚନ ସାହୁ, ବବ୍ରୁବାହାନ ସାହୁ, ମାନସିଂହ ବେଶ୍ରା, ତୁଳସିରାମ ପଟେଲ,ରଂଜିତ ଖମାରୀ, ମନୋରଞ୍ଜନ ମାଝୀ, କେଦାରନାଥ ନାଏକ,ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିକ୍ଷକ ଈଶ୍ୱର ପ୍ରସାଦ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଏହାସହ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ହେବାକୁ ଥିବା ଗୁରୁଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥିଲା।

