Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ପ୍ରଧାନ ଶିକ୍ଷକ ଙ୍କ ଅକାଳ ବିୟୋଗ,ବିଭିନ୍ନ ମହଲରେ ଶୋକ ପ୍ରସ୍ତାବ ଆଗତ।

କଳାହାଣ୍ଡି,୦୯/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଁଲି ଗ୍ରାମର ପ୍ରେମଲାଲ ସାହୁ (୫୫)ଙ୍କ ଅକାଳ ବିୟୋଗ ହୋଇ ଯାଇଛି। କୋକସରା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଭାଲୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଚାକିରୀ କରୁଥିଲେ। ଶନିବାର ରାତିରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ପରିବାର ଲୋକେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦିବଙ୍ଗତ ଶିକ୍ଷକ ଜଣେ ସଚ୍ଚୋଟ, କର୍ମନିଷ୍ଠ, ମେଳାପୀ, ପରୋପକାରୀ, ସମାଜସେବି ଭାବେ ଅଞ୍ଚଳରେ ପରିଚିତ ଥିଲେ। ଶିକ୍ଷକତା ବ୍ୟତୀତ ସେ ଶ୍ରୀ ସତ୍ୟସାଇ ସଂଗଠନର ଜଣେ ସକ୍ରିୟ ସଦସ୍ୟ ଥିଲେ। ରବିବାର ତାଙ୍କ ମୃତଦେହ ଡାକ୍ତରଖାନାରୁ ଗାଁକୁ ଆଣିବା ପରେ ଜ୍ଞାତି କୁଟୁମ୍ବ, ଆତ୍ମୀୟ ସ୍ୱଜନ, ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ବିୟୋଗରେ ଗାଁ ତଥା ଚିହ୍ନା ପରିଚିତ ମହଳରେ ଶୋକର ଛାୟା ଖେଳିଯାଇଛି।ଗାଁ ମଶାଣିରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ଦୁଇ ପୁଅ ସମୀର ଓ ସତ୍ୟମ ବାପାଙ୍କୁ ମୁଖାଗ୍ନି ଦେଇଥିଲେ। ଦିବଙ୍ଗତ ଶିକ୍ଷକଙ୍କ ଅକାଳ ବିୟୋଗରେ ଶିକ୍ଷକ ସଂଘ, ସତ୍ୟସାଇ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ