ଧାନବିକ୍ରି ପଞ୍ଜିକରଣ ଗାଇଡ଼ ଲାଇନ କୁ ବିରୋଧ ରେ ଚାଷି ଙ୍କ ମେଳି,୧୧ ରେ ଦାବିପତ୍ର ପ୍ରଦାନ ନିଷ୍ପତ୍ତି।
କଳାହାଣ୍ଡି,୦୯/୦୮
ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ୨୦୨୬/୨୭ ଆର୍ଥିକ ବର୍ଷ ଖରିଫ ଧାନ ଫସଲ ବିକ୍ରି ପାଇଁ ଜାରି ହୋଇଥିବା ନୂତନ ଗାଇଡ଼ ଲାଇନ କୁ ନେଇ ଚାଷି ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ନୂତନ ନିୟମ ଅନୁସାରେ ଚାଷି ଙ୍କୁ କୃଷକ ରେଜିଷ୍ଟି ସଂଖ୍ୟା ଆଧାର ରେ ପଞ୍ଜିକରଣ କରିବାକୁ ପଡିବ ପଞ୍ଜିକରଣ ପାଇଁ ଏଗ୍ରିଷ୍ଟାକ ପୋର୍ଟାଲ ରେ ଚାଷି ପଞ୍ଜିକରଣ ବାଧ୍ୟତାମୂଳକ ରହିଥିବା ବେଳେ ଜମିପଟ୍ଟା ରେ ନାମ ନଥିବା ଚାଷି, ଭାଗଚାଷୀ ଙ୍କ ପାଇଁ ପଞ୍ଜିକରଣ କୁ ନେଇ ଦ୍ଵନ୍ଦ ଉପୁଜିଛି। ଏହାକୁ ନେଇ କୋକସରା ବ୍ଲକ ର ୨୨ ପଞ୍ଚାୟତ ଚାଷି ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି, ଏହାକୁ ନେଇ ରବିବାର କୋକସରା ସଚେତନ କୃଷକ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ କୋକସରା କଲ୍ୟାଣ ମଣ୍ଡପ ରେ କୃଷକ ମଞ୍ଚ ର ଆବାହକ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଚାଷି ବୈଠକରେ ପୁରୁଷୋତ୍ତମ ଗୁପ୍ତା ଙ୍କ ସଭାପତିତ୍ୱ ରେ ୨୨ ପଞ୍ଚାୟତ ର ଶତାଧିକ ଚାଷୀ ଉପସ୍ଥିତ ରହି ଚାଷି ପଞ୍ଜିକରଣ କୁ ବିରୋଧ କରିବା ସହ ରାଜ୍ୟ ସରକାର ଚାଷି ମାରଣା ନୀତି କୁ ନେଇ ପ୍ରତିକ୍ରିୟା ରଖିବା ସହ ଖରିଫ ଧାନ ବିକ୍ରି ପଞ୍ଜିକରଣ କୁ ପୂର୍ବ ଭଳି ସରଳିକରଣ କରି ଅନ୍ନଦାତା ଙ୍କୁ ବଞ୍ଚିବାର ହକ ଦିଅନ୍ତୁ ବୋଳି କହିଥିଲେ। ଏହି କ୍ରମ ରେ ଆସନ୍ତା ୧୧ ତାରିଖ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ବୈଠକରେ ଚାଷୀ ଜୟଲାଲ ନାଏକ, ଶ୍ରୀନିବାସ ପ୍ରଧାନୀ, ତ୍ରିଭୁବନ ନାଏକ, ନବୀନ ନାଏକ, ପଙ୍କଜ ମୁଖ ଚୌଧରୀ, ଗୌତମ ଅଗ୍ରୱାଲ, ନିରଞ୍ଜନ ନେଗୀ, ରବି ନାରାୟଣ ଦାସ, ମହେନ୍ଦ୍ର ନେଗୀ, ବାବୁ ସାହୁ, ଲଲାଟେନ୍ଦୁ ପ୍ରଧାନୀ, ନବୀନ କୁମାର ପାଟ୍ଟଯୋଷୀ,ବିଷ୍ଣୁ ପ୍ରସାଦ ସାହୁ, ଲିଙ୍ଗରାଜ ନାଏକ, କୁରୁକ୍ଷେତ୍ର ପାଣିଗ୍ରାହୀ, ଚନ୍ଦ୍ରହାସ୍ୟ ନାଏକ, ମୁକ୍ତେଶ୍ଵର ନାଏକ, ସୁଶାନ୍ତ ବେହେରା, ଲିଟୁ ମହାନନ୍ଦ,ନୀଳାମ୍ବର ବାରିକ ସମେତ ବହୁ ଚାଷୀ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ।

