Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଦଘାଟନ ପୂର୍ବରୁ ବସୁଧା ପାଣି ଟାଙ୍କି ଲିକ, ସାଧାରଣରେ ଅସନ୍ତୋଷ

ବେଲଗୁଣ୍ଠା 4/6: ବେଲଗୁଣ୍ଠା ବ୍ଲକ ଗୋବରା ପଞ୍ଚାୟତ ଅନ୍ତର୍ଗତ ଗୋବରା ଓ ବାସୁଦେବପୁର ଗ୍ରାମ ପିଇବା ପାଣି ପାଇଁ ବହୁବାର ଆନ୍ଦୋଳନ ହୋଇଛି l ଗତ ଉକ୍ତଳ ଦିବସ ରେ ଏଥିପାଇଁ ପଞ୍ଚାୟତ ନିକଟ ରେ ଅନଶନ ହୋଇଥିଲା, ଏକ ମାସ ସମ୍ପୂର୍ଣ୍ଣ ସହ ପଞ୍ଚାୟତ କୁ ହସ୍ତାନ୍ତର ପାଇଁ ପ୍ରଶାସନ ପ୍ରତିଶୃତି ଦେଇଥିଲା l ଏପର୍ଯ୍ୟନ୍ତ ବହୁ ପରିବାର ନିକଟରେ ପାଇପ ପହଞ୍ଚିନି l ପାଣିଟାଙ୍କି ଚାରିପାଖରେ ଥିବା ପାଚେରୀ ନଷ୍ଟ ହେବା ଆରମ୍ଭ ହେଲାଣି l ମୁଖ୍ୟ ପାଣି ପାଇପ ଉପରେ ଅଛି ତଳେ ଖାଲ ସହ ଗାଡି ଗଲେ ନଷ୍ଟ ହେବା ସମ୍ଭବନା l ବିଦ୍ୟୁତ ତାର ମାଟି ଉପରେ ନେଇଛନ୍ତି ଯାହାକି ଆଗାମୀଦିନ ରେ ବିପଦ ହୋଇପାରେ l
ଏସବୁ ଅସୁବିଧା ମଧ୍ୟରେ 2 ଲକ୍ଷ ଲିଟର ବସୁଧା ପାଣି ଟାଙ୍କି ଲିକେଜ ଜନସାଧାରଣ ମଧ୍ୟରେ ସନକା ଦେଖିବାକୁ ମିଳିଛି l ପାଣି ଟାଙ୍କି କାର୍ଯ୍ୟକ୍ଷମ ପୂର୍ବରୁ ଲିକେଜ ପରେ ଏହାର ସ୍ଥାଇତ୍ୱ ଉପରେ ପ୍ରଶ୍ନ ଉଠୁଛି l ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଚଳବାସୀ ଦାବି କରିଛନ୍ତି l