Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପାନ୍ତ ସର୍ଗିପାନୀ ଗାଁ ରେ ମେଡ଼ିକାଲ ଟିମ ର ପରିଦର୍ଶନ,ସ୍ୱାସ୍ଥ୍ୟସେବା ନେଇ ଗ୍ରାମବାସୀ ଙ୍କୁ ସଚେତନ କଲେ।

କଳାହାଣ୍ଡି,୧୩/୦୮
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଆମପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଉପାନ୍ତ ଓ ଅପହଞ୍ଚ ଗ୍ରାମ ସର୍ଗିପାନୀ ଗାଁ ରେ ଗୁରୁବାର କୋକସରା ମେଡ଼ିକାଲ ଟିମ ପହଞ୍ଚି ଗ୍ରାମ ର ଲୋକଙ୍କ ସହ ସ୍ୱାସ୍ଥ୍ୟ ସେବା ଓ ସମସ୍ୟା ନେଇ ଆଲୋଚନା କରିଛନ୍ତି। ତେବେ କୁଟରୁ ରାଜସ୍ୱ ଗ୍ରାମ ଅଧୀନରେ ଥିବା ସର୍ଗିପାନୀ ଗ୍ରାମ ରେ ୧୫ ରୁ ଉର୍ଦ୍ଧ୍ବ ଆଦିବାସୀ ଜନଜାତି ର ପରିବାର ୬୫ ଜନସଂଖ୍ୟା ରହୁଥିବା ବେଳେ ଏହି ଗ୍ରାମ କୁ ଗମନାଗମନ ପାଇଁ ରାସ୍ତା ନାହିଁ, ଜଙ୍ଗଲ ରାସ୍ତା ଦେଇ ମୁଖ୍ୟ ରାସ୍ତା ରୁ ୧ କିମି ପାଦାଚଳା ରାସ୍ତା ରେ ଚାଲି ଯିବାକୁ ହୁଏ। ଗ୍ରାମବାସୀ ମାନେ ଅନେକ ସମସ୍ୟା ଦେଇ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ଏମାନଙ୍କ ପାଇଁ ରାସ୍ତା,ସ୍ୱାସ୍ଥ୍ୟ ସେବା,ଶିକ୍ଷା, ବିଦ୍ୟୁତ, ପାନୀୟ ଜଳ ଭଳି ମୌଳିକ ସମସ୍ୟା ରୁ ଦିର୍ଘ ବର୍ଷ ଧରି ବଞ୍ଚିତ ରହିଛନ୍ତି। ତେବେ ଆଜି କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ତତ୍ୱଦର୍ଶୀ ଦାସ ଙ୍କ ନେତୃତ୍ୱରେ ଏକ ମେଡ଼ିକାଲ ଟିମ ଏହି ଉପାନ୍ତ ସର୍ଗିପାନୀ ଗାଁ ରେ ଚାଲି ଚାଲି ପହଞ୍ଚି ଗ୍ରାମ ରେ ସ୍ୱାସ୍ଥ୍ୟ ସେବା ର ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଗ୍ରାମବାସୀ ଙ୍କ ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ। ଗତ କିଛିମାସ ତଳେ ଏହି ଗ୍ରାମ ର ସମ୍ବାରୁ ସାନ୍ତା ଙ୍କ ପତ୍ନୀ ଦୂର ସାନ୍ତା (୩୫) ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହିବା ଘଟଣା ସହ ଆମ୍ବୁଲାନ୍ସ ରେ ନବରଙ୍ଗପୁର ଜିଲ୍ଲା ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବା ଘଟଣା ଗଣମାଧ୍ୟମ ରେ ଚର୍ଚ୍ଚା ହୋଇଥିଲା।ଏହାପରେ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇ ସର୍ଗିପାନୀ ଭଳି ଉପାନ୍ତ ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ର ସ୍ଥିତି ଅନୁଧ୍ୟାନ ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳୁଛି। ଗୁରୁବାର କୋକସରା ସିଏଚସି ମେଡ଼ିକାଲ ଟିମ ରେ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ (ପିଏଚଇଓ) ଶର୍ମିଳା ଛତ୍ରୀଆ,ଭିବିଡିଟିଏସ ଦୁଷ୍ମନ୍ତ ରାଉତ,ସ୍ୱାସ୍ଥ୍ୟ ସେବିକା ଯୋଜନାଗନ୍ଧା ମହାନ୍ତି,ଆଶା କର୍ମି ପ୍ଲାନ ଇଣ୍ଡିଆ କର୍ମି ସର୍ଗିପାନୀ ଗାଁ ରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଗ୍ରାମବାସୀ ଙ୍କୁ ବିଭିନ୍ନ ରୋଗ ଓ ଏହାର ନିରାକରଣ ନେଇ ସଚେତନ କରିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ