Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶନିବାରଠୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ଲଢ଼େଇ, WTC ଫାଇନାଲ୍ ଦୌଡ଼ରେ ଉଭୟ ଦଳ ପାଇଁ ବଡ଼ ପରୀକ୍ଷା

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ଶନିବାରଠାରୁ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ଗଲ୍‌ ଆନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ପ୍ରଥମ ଟେଷ୍ଟ ଖେଳାଯିବ। WTC (ୱାର୍ଲଡ ଟେଷ୍ଟ ଚାମ୍ପିଅନସିପି) ପଏଣ୍ଟ ଟେବୁଲ୍‌ରେ ଭାରତ ପଞ୍ଚମ ଓ ଶ୍ରୀଲଙ୍କା ଷଷ୍ଠ ସ୍ଥାନରେ ଥିବାରୁ ଫାଇନାଲ୍‌ ଦୌଡ଼ରେ ଆଗକୁ ବଢ଼ିବା ପାଇଁ ଏହି ସିରିଜ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଭାରତୀୟ ଦଳରେ ବରିଷ୍ଠ ଖେଳାଳିଙ୍କ ଅବସର ପରେ ବ୍ୟାଟିଂ ବିଭାଗରେ ବଡ଼ ପରିବର୍ତ୍ତନ ହୋଇଛି। ଅଧିନାୟକ ଶୁଭମନ ଗିଲ୍‌, ଯଶସ୍ୱୀ ଜୟସ୍ୱାଲ, କେଏଲ୍‌ ରାହୁଲ ଓ ରିଷଭ ପନ୍ତଙ୍କ ଉପରେ ବ୍ୟାଟିଂର ମୁଖ୍ୟ ଦାୟିତ୍ୱ ରହିବ। ଅନ୍ୟପଟେ ଯଶପ୍ରୀତ ବୁମରା ନଥିବାରୁ ମହମ୍ମଦ ସିରାଜଙ୍କ ନେତୃତ୍ୱରେ ପେସ୍‌ ବୋଲିଂ ବାହିନୀକୁ ଦାୟିତ୍ୱ ସମ୍ଭାଳିବାକୁ ପଡ଼ିବ।

ଗଲ୍‌ର ସ୍ପିନ୍‌ ଅନୁକୂଳ ପିଚ୍‌ରେ ଭାରତୀୟ ସ୍ପିନରମାନେ ମଧ୍ୟ ବଡ଼ ଭୂମିକା ନେଇପାରନ୍ତି। ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବଙ୍କ ସହ ନୂଆମୁହଁମାନେ ଦଳର ସ୍ପିନ୍‌ ବିଭାଗକୁ ଶକ୍ତିଶାଳୀ କରିଛନ୍ତି। ଘରୋଇ ପରିବେଶରେ ଶ୍ରୀଲଙ୍କାର ସ୍ପିନ୍‌ ଆକ୍ରମଣ ଭାରତୀୟ ବ୍ୟାଟରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଥିବାରୁ ଗଲ୍‌ରେ ପ୍ରଥମ ଟେଷ୍ଟ ରୋମାଞ୍ଚକର ହେବା ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories