ସାମାନ୍ୟ ବଚସା କୁ ନେଇ ଠେଙ୍ଗା ମାଡ଼ ରେ ଗୁରୁତର ବ୍ୟକ୍ତି ଙ୍କ ୨ ଦିନ ପରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ।
କଳାହାଣ୍ଡି,୧୪/୦୮
ସାମାନ୍ୟ ବଚସା ରୁ ଗଡ଼ିଲା ମୁଣ୍ଡ,ଠେଙ୍ଗା ଆକ୍ରମଣ ରେ ଗୁରୁତର ବ୍ୟକ୍ତି ଙ୍କ ୨ ଦିନ ପରେ ମୃତ୍ୟୁ ହୋଇଛି। ଏହାକୁ ନେଇ ମୃତକ ଙ୍କ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଛନ୍ତି।ସୂଚନା ମତେ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗାଁ ର ଲଳିତ ପୁଝାରି (୩୫) ଙ୍କୁ ଗତ ବୁଧବାର ଦିନ ମଧ୍ୟାହ୍ନ ରେ ସେହି ଗ୍ରାମ ର ଶଙ୍କର ନାଏକ ଓ ତାଙ୍କ ପୁଅ ସୁଶାନ୍ତ ନାଏକ ଙ୍କ ସହ କୌଣସି କାରଣ କୁ ନେଇ ଝଗଡା ଓ ଗଣ୍ଡଗୋଳ ହୋଇଥିଲା। ବଚସା ଉଗ୍ରରୂପ ନେବାରୁ ସୁଶାନ୍ତ ନାଏକ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗା ରେ ଲଳିତ କୁ ଆକ୍ରମଣ କରିଥିଲା। ଏହି ଘଟଣା ରେ ଲଳିତ ପୁଝାରି ଗୁରୁତର ଆହତ ହୋଇଥିବା ବେଳେ ଶୁକ୍ରବାର ସକାଳେ ତାର ମୃତ୍ୟୁ ଘଟିଛି। ଏହାପରେ ମୃତ ଲଳିତ ପୁଝାରି ର ପୁତୁରା ତ୍ରିନାଥ ପୁଝାରି ଆମପାଣି ଥାନା ରେ ଲିଖିତ ଅଭିଯୋଗ ସହ ବାପ ଙ୍କ କହିବା ପରେ ପୁଅ ଠେଙ୍ଗା ରେ ମାରିବା ପରେ କାକା ର ମୃତ୍ୟୁ ହୋଇଥିବା ନେଇ ପୋଲିସ ଥାନା ରେ ଲିଖିତ ଅଭିଯୋଗ ଆଣିଛନ୍ତି। ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ସମ୍ପର୍କୀୟ ଙ୍କ ଅଭିଯୋଗ ଆଧାର ରେ ବାପ ଓ ପୁଅ ଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା ନେଇ ଆମପାଣି ପୋଲିସ ପକ୍ଷରୁ ସୂଚନା ମିଳିଛି।

