ଠେଙ୍ଗାମାଡ଼ ରେ ମୃତ୍ୟୁ ଘଟଣା, ବାପ ପୁଅ କୋର୍ଟ ଚାଲାଣ।
କଳାହାଣ୍ଡି,୧୬/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ଗ୍ରାମରେ ଗତ ବୁଧବାର ଦିନ ସାମାନ୍ୟ ବଚସା କେନ୍ଦ୍ର କରି ଗ୍ରାମ ର ଲଳିତ ପୁଝାରି (୩୫) ଙ୍କୁ ସେହି ଗ୍ରାମ ର ବାପ, ପୁଅ ଶଙ୍କର ନାଏକ ଓ ପୁଅ ସୁଶାନ୍ତ ନାଏକ ଗାଁ ଦାଣ୍ଡରେ ଠେଙ୍ଗା ରେ ଆକ୍ରମଣ କରିଥିଲେ। ଗୁରୁତର ଲଳିତ ଶୁକ୍ରବାର ଦିନ ମୃତ୍ୟୁ ହୋଇଥିଲା । ଏହି ଘଟଣା ରେ ମୃତକ ଲଳିତ ପୁଝାରି ଙ୍କ ପୁତୁରା ତ୍ରିନାଥ ପୁଝାରି ବାପା ଓ ପୁଅ ଙ୍କ ନାମରେ ହତ୍ୟା ଅଭିଯୋଗ ନେଇ ଆମପାଣି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ରେ ଆମପାଣି ପୋଲିସ ଉଭୟ ବାପ ପୁଅ କୁ ଗିରଫ କରି ତଦନ୍ତ ପରେ ରବିବାର କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଆମପାଣି ଥାନା କେଶ ନମ୍ବର ୫୨/୨୬ ରେ ମାମଲା ରୁଜୁ ହୋଇ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ନେଇ ଆମପାଣି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି ସୂଚନା ଦେଇଛନ୍ତି।

