କୁସୁମଖୁଣ୍ଟି ଠାରେ ଜିଲ୍ଲା ସ୍ତରୀୟ ହିନ୍ଦୁ ମହାସଙ୍ଗ ର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୨୦/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ଶ୍ରୀ ନିଲକଣ୍ଠେଶ୍ୱର ଶୈବପୀଠ ରେ ଗୁରୁବାର ହିନ୍ଦୁ ମହାସଂଘ ର ଏକ ଜିଲ୍ଲା ସ୍ତରୀୟ ସାଙ୍ଗଠାନିକ ବୈଠକ ଜିଲ୍ଲା ସଭାପତି ମହେଶ କୁମାର ଗୁପ୍ତା ଙ୍କ ଆବାହନ ରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ହିନ୍ଦୁ ମହାସଂଘ ପକ୍ଷରୁ କୋକସରା ବ୍ଲକ ସମେତ ଅନ୍ୟ ବ୍ଲକ ର କର୍ମକର୍ତ୍ତା ଉପସ୍ଥିତ ରହି ହିନ୍ଦୁ ଏକତା ସୁରକ୍ଷା, ହିନ୍ଦୁ ଜାଗରଣ,ଗୋ ମାତା ସୁରକ୍ଷା ଓ ହିନ୍ଦୁ ମହାସଙ୍ଗ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଆଗକୁ ହିନ୍ଦୁ ସଂଗଠନ ପକ୍ଷରୁ ହିନ୍ଦୁ ଜାଗରଣ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ହିନ୍ଦୁ ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ କୁମାର ପାତ୍ର, କେନ୍ଦ୍ରୀୟ ମାର୍ଗଦର୍ଶକ କାର୍ତ୍ତିକ ଦାସ, ରାଷ୍ଟ୍ରୀୟ ପ୍ରବକ୍ତା ଡମ୍ବରୁ ମହାଳିକ ହିନ୍ଦୁ ଧର୍ମ ଓ ସନାତନ ପରମ୍ପରା ସମ୍ପର୍କରେ ଗବେଷଣା ଭିତ୍ତିକ ଆଲୋଚନା କରିଥିଲେ। ଏହା ବ୍ୟତୀତ ହିନ୍ଦୁ ସଙ୍ଗଠନ ର ଜନ୍ମେଜୟ ଦାସ, ଜିଲ୍ଲା ସମ୍ପାଦକ କୌଦଣ୍ଡ ଦାସ,ବାବୁ ସାହୁ, ଧରମ ରାଉତ, କମ୍ବୁସିଂ ପୁଞ୍ଜି, ମକର ଭାଟି ମୁକେଶ ସାହୁ ସତ୍ୟ ପଟେଲ,ମୁରଲୀଧର ନାଏକ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଗାମୀ ଦିନରେ ପ୍ରତ୍ୟେକ ଗାଁ ରେ ସଂଗଠନ କୁ ପହଞ୍ଚାଇବାକୁ ଉଦ୍ୟମ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଗୋ ସୁରକ୍ଷା, ଭାରତକୁ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର କରିବା ଏବଂ ହିନ୍ଦୁ ମଠ ମନ୍ଦିର ର ସୁରକ୍ଷା ଉପରେ ବ୍ୟାପକ ଆଲୋଚନା ହୋଇଥିଲା।

