ତ୍ରିଦିବସୀୟ ବ୍ୟକ୍ତିତ୍ବ,ପରିମାର୍ଜିତ ଶିକ୍ଷକ ପ୍ରଶିକ୍ଷଣ ଶିବିର ଜୟପାଟଣା ଠାରେ ଅନୁଷ୍ଠିତ।

କୋକସରା:୦୫/୦୬ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଜୟପାଟଣା ବିଶ୍ବାତ୍ମା ବିଦ୍ୟା ମନ୍ଦିର ଠାରେ ତ୍ରିଦିବସୀୟ ବ୍ୟକ୍ତିତ୍ବ ପରିମାର୍ଜିତ ଶିବିର ସୋମବାର ଉଦଘାଟିତ ହୋଇଯାଇଛି। ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ପ୍ରାରମ୍ଭ ପୂର୍ବରୁ ପ୍ରଦୀପ ପ୍ରଜ୍ଜ୍ୟଲନ ପରେ ସାଧାରଣ ସମ୍ପାଦକ ବିଶ୍ବାତ୍ମା ଚେତନା ପରିଷଦ ବଲାଙ୍ଗୀର ସ୍ବାମୀ ସତ୍ୟ ବେଦାନନ୍ଦ ସରସ୍ୱତୀ ଉଦଘାଟନ କରିଥିଲେ। ସ୍ୱାମୀ ନିତ୍ୟ ମୁକ୍ତାନନ୍ଦ ସରସ୍ଵତୀ ଙ୍କ ସଭାପତିତ୍ୱ ରେ ତାଲିମ ଶିବିର ରେ ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ୱାଗତ ଓ ଉଦ୍ଦେଶ୍ୟ ଜ୍ଞାପନ ସାଧାରଣ ସମ୍ପାଦକ ରଜନୀକାନ୍ତ ଠାକୁର କରିଥିବା ବେଳେ ସାଧନା କର୍ମି ଭାବେ ଶ୍ରୀମତୀ ମିନା ମୁଣ୍ଡ, ପ୍ରମୋଦ କୁମାର ଠାକୁର, ଲଳିତ କୁମାର ନାଏକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ସଂଯୋଜନା ଶ୍ରୀମତୀ ଯଶୋଦା ପଟ୍ଟନାୟକ କରିଥିଲେ।ଶିବିର ରେ ବାନେର ଆମଜୋର ଓ ଜୟପାଟଣା ବିଶ୍ବାତ୍ମା ବିଦ୍ୟା ମନ୍ଦିର ର ଆଚାର୍ଯ୍ୟ, ଆଚାର୍ଯ୍ୟା,ସଭାପତି,ସମ୍ପାଦକ ତଥା କମିଟିର ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ଥିଲେ।