Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଣ୍ଡର ୧୫ ମହିଳା କ୍ରିକେଟ ରେ ସ୍ଥାନ ପାଇଲେ କୋକସରା ବ୍ଲକ ର ସାନଭି ପ୍ରଜ୍ଞା,ବିଭିନ୍ନ ମହଲ ରେ ଶୁଭେଚ୍ଛା।

କଳାହାଣ୍ଡି,୨୨/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ଖପ୍ରାମାଲ ଗ୍ରାମ ର ଶିକ୍ଷକ ମୋହିତ କୁମାର ରାଉତି ଓ ରଶ୍ମିରେଖା ରାଉତି ଙ୍କ ଝିଅ ସାନଭି ପ୍ରଜ୍ଞା ରାଉତି ଓଡ଼ିଶା କ୍ରିକେଟ ସଂଘ (ଓସିଏ) ତରଫରୁ ମହିଳା ଚୟନ କମିଟି ଅଣ୍ଡର ୧୫ ମହିଳା ରେ ସ୍ଥାନ ପାଇଛନ୍ତି। ଆସନ୍ତା ୨୨ ଅଗଷ୍ଟ ୨୦୨୬ ରେ କଟକରେ ଅନୁଷ୍ଠିତ ହେବାକୁ ଥିବା କ୍ୟାମ୍ପ ପାଇଁ ଓସିଏ ପକ୍ଷରୁ ଚୟନ କରାଯାଇଛି।
ଚୟନ ହୋଇଥିବା ଖେଳାଳିଙ୍କୁ ୨୧ ଅଗଷ୍ଟ ୨୦୨୬ରେ କଟକରେ ରିପୋର୍ଟ କରିବାକୁ ଓସିଏ ପକ୍ଷରୁ ରିପୋଟିଂ କରିବାକୁ ସୂଚନା ଦିଆଯାଇଛି। ସାନଭି ପ୍ରଜ୍ଞା ଙ୍କୁ ପ୍ରଶିକ୍ଷଣ ଦେଉଥିବା କୋଚ୍ ତେଜନ ଦୁର୍ଗା ଓ ଅଭିଜିତ ମହାନ୍ତିଙ୍କ ମାର୍ଗଦର୍ଶନ ମଧ୍ୟ ତାଙ୍କ ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ରହିଛି।ସାନଭି ପ୍ରଜ୍ଞାଙ୍କ ଏହି ସଫଳତାରେ କଳାହାଣ୍ଡି ଜିଲ୍ଲାର କ୍ରୀଡ଼ାପ୍ରେମୀ,ତାଙ୍କ କୋଚ୍ ପରିବାରବର୍ଗ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଆଗାମୀ ଦିନରେ ରାଜ୍ୟ ତଥା ଜାତୀୟ ସ୍ତରରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ