Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ।

କଳାହାଣ୍ଡି,୨୨/୦୮
କଳାହାଣ୍ଡି ଜିଲ୍ଲା କୋକସରା ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ଥାନା ଅଧିକାରୀ ଡମ୍ବରୁଧର ଭର୍ତିୟା, ମୁଖ୍ୟ ଵକ୍ତା ଭାବେ ଅବସର ପ୍ରାପ୍ତ ପ୍ରିନ୍ସପାଳ ଗୁଣାକାର ପଣ୍ଡା ଯୋଗଦେଇ ମହିଳା ଙ୍କ ପାଇଁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ନେବା ଆଜିର ସମାଜରେ ଜରୁରୀ କାରଣ ବିଭିନ୍ନ କ୍ଷେତ୍ରରେ ମହିଳା ମାନେ କାର୍ଯ୍ୟ କରୁଥିବା ବେଳେ ଅନେକ ସମୟରେ ମହିଳା ଙ୍କ ପ୍ରତି ଦୁର୍ବ୍ୟବହାର ବଢୁଛି ଏଣୁ ସେମାନଙ୍କ ଆତ୍ମ ସୁରକ୍ଷା ପାଇଁ ଏହି ପ୍ରଶିକ୍ଷଣ ଶିବିର ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଳି କହିଥିଲେ।ସମ୍ମାନିତ ଅତିଥି ଭାବେ ଏସଆଇ ଡ଼ି ମୋହନ, ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଧ୍ୟାପକ ତଥା ଏନ ସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ।କାର୍ଯ୍ୟକ୍ରମକୁ ଅଧ୍ୟାପିକା କନକ ମଞ୍ଜୁରୀ ବେହେରା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସୃତିମୟୀ ବାରିକ ସଭାକୁ ପରିଚାଳନା କରିଥିଲେ ଶେଷରେ ଅଧ୍ୟାପକ ଓଁମକାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀ ଙ୍କ ଆତ୍ମ ସୁରକ୍ଷା ଶିବର କୁ ପ୍ରଶିକ୍ଷିକା ଜଳି ପରଭୋଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଅଧ୍ୟାପିକା ଶୁଭଶ୍ରୀ ସାହୁ ବେଦମୟୀ ବାରିକ ସମେତ କଲେଜ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ