Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ପଂଚାୟତ ସମିତି ର ସପ୍ତମ ଅଧିବେଶନ ଶେଷ

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅଧୀନ ଅସ୍ତରଙ୍ଗ ପଂଚାୟତ ସମିତିର ୭ଅଧିବେଶନ ଶୁକ୍ରବାର ଦିନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି l ବ୍ଲକ ଅଧ୍ୟକ୍ଷା ଆରତୀ ନୟକ ଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ ଏହି ବୈଠକରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଜଗତ ସିଂହପୁର ସଂସଦ ପ୍ରତିନିଧି ଦିବାକର ଛାଟୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିବା ବେଳେ, ବିଶେଷ କରି ପାନୀୟ ଜଳ, କୃଶି, ସ୍ୱାସ୍ଥ,ଭତ୍ତା, ଖାଉଟି ସାମଗ୍ରୀ ଉପରେ ଆଲୋଚନା କରା ଯାଇଥିଲା l ଚଉଦ ଗୋଟି ଗ୍ରାମ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ସେମାନଙ୍କର ପଂଚାୟତ ର ବିଭିର୍ଣ୍ଣ ଗଠନ ମୂଳକ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ପଚାରି ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କ ଠାରୁ ଉତ୍ତର ଚାହିଁ ଥିବାର ଦେଖା ଯାଇଥିଲା l ବ୍ଲକ କୁ ଆସୁଥୁବା ସାଧାରଣ ଜନତା ଯେପରି ଠିକ ଭାବେ ସେମାନେ ସେମାନଙ୍କର କାର୍ଯ୍ୟ ହାସଲ କରି ପାରିବେ, ସେ ବିଷୟ ରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାଏକ ବ୍ଲକ ର ସମସ୍ତ କର୍ମଚାରୀ ଙ୍କ ସାହାଯ୍ୟ ସହଯୋଗ ଲୋଡି ଥିଲେ l ବିଧାୟକ, ମେଘା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ମନ୍ଥର ଗତି ଓ ତାଳଦା ଦୀପାଞ୍ଚଳ କୁ କିପରି ପାନୀୟ ଜଳ ଜୀବ ସେ ବିଷୟ ରେ ମତ ରଖୀ ଥିଲେ l ବିଶେଷ କରି ପାନୀୟ ଜଳ ଓ ଭତ୍ତା ଯୋଗୁଁ ବୈଠକ ରେ ଉଦବେଗ ପ୍ରକାଶ ପାଇ ଥିଲା l ସାଂସଦ ପ୍ରତିନିଧି ଶ୍ରୀ ଦିବାକର
ଛାଟୋଇ ସମିତି ବୈଠକ ଶାନ୍ତି ଶୃଙ୍କଳା ସହ ଶେଷ ହେବା ଓ ମାନ୍ୟବର ବିଧାୟକ କାର୍ଯ୍ୟ ଶୈଳୀଙ୍କୁ ପ୍ରଂଶଷା କରି କିଛି ବ୍ୟକ୍ତବ ଦେବା ସହ, ବିଡ଼ିଓ ବେବିତା ମଞ୍ଜରୀ ନୟକ, ଉପାଧ୍ୟକ୍ଷ ଦୃଜୟ ମିଶ୍ର, ସମିତି ସଭ୍ୟ ବିଜୟ ଖଣ୍ଡୁଆଳ, ବିମ୍ବାଧର ବିଶ୍ୱାଳ, ଆରତୀ କାଣ୍ଡି, ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ୱାଇଁ, ବିଭାଗୀୟ ଅଧିକାରୀ ଗଣ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ରଖିଥିବା ବେଳେ, ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ଅଧ୍ୟକ୍ଷା ଆରତୀ ନାଏକ ସଭା ସାଙ୍ଗ କରି ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ