Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cuttack Minor Girl Missing: ନାବାଳିକା ଅପହରଣ ମାମଲାରେ ତନାଘନା, ଖୋଜାଖୋଜି ପାଇଁ ଗଠନ ହେଲା ୭ ପୁଲିସ ଟିମ୍‌

କଟକ: କଟକରେ ନାବାଳିକା ଅପହରଣ ମାମଲାକୁ ନେଇ ପୁଲିସର ତଦନ୍ତ ଜୋରଦାର ହୋଇଛି। ଅପହୃତ ନାବାଳିକାଙ୍କୁ ଠାବ କରିବା ପାଇଁ ୭ଟି ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଠନ କରାଯାଇଥିବା କଟକ ଡିସିପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି। ନାବାଳିକାଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଟିମ୍‌ ପକ୍ଷରୁ ଚଢ଼ାଉ ଓ ଖୋଜାଖୋଜି ଜାରି ରହିଛି।

ଘଟଣାସ୍ଥଳ ସମେତ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌କୁ ପୁଲିସ ଯାଞ୍ଚ କରୁଛି। ଏହି ଯାଞ୍ଚ ସମୟରେ ତଦନ୍ତକାରୀ ଟିମ୍‌କୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଥିବା ଜଣାପଡ଼ିଛି। ମିଳିଥିବା ସୁରାଗକୁ ଆଧାର କରି ପୁଲିସ ତଦନ୍ତକୁ ଆଗକୁ ବଢ଼ାଉଛି। ନାବାଳିକା କେଉଁଠାରେ ଅଛନ୍ତି ଏବଂ ଘଟଣା ପଛରେ କିଏ ରହିଛି, ସେନେଇ ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି।

ନାବାଳିକାଙ୍କୁ ଯଥାଶୀଘ୍ର ସୁରକ୍ଷିତ ଭାବେ ଠାବ କରିବାକୁ ପୁଲିସ ଗୁରୁତ୍ୱ ଦେଉଛି। ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ଗୁଡ଼ିକ ବିଭିନ୍ନ ସ୍ଥାନରେ ତଲାସି ଜାରି ରଖିଛନ୍ତି। ତଦନ୍ତ ଆଗକୁ ବଢ଼ିବା ସହ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories