Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Weather: ୩ ମାସରେ ୨୬% ଅଧିକ ବର୍ଷା, Septemberରେ ବି ରହିବ ବର୍ଷା; ଦକ୍ଷିଣରେ ନିଅଣ୍ଟିଆ ଆଶଙ୍କା

This intense weather scene captures the raw power of nature with storm clouds billowing across an overcast sky, heavy rainfall, and flashes of lightning illuminating the dark atmosphere. The dramatic, moody sky and cascading raindrops evoke a sense of powerful energy and impending force, perfect for visualizing extreme weather conditions. The composition showcases a blend of ominous clouds and heavy rain, ideal for projects focusing on nature, meteorology, or environmental themes.

ଜୁନ୍‌ରୁ ଅଗଷ୍ଟ ଶେଷ ସୁଦ୍ଧା ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇସାରିଛି। ଜୁନ୍‌ ପହିଲାରୁ ସେପ୍ଟେମ୍ବର ୩୦ ଯାଏଁ ରାଜ୍ୟର ସ୍ୱାଭାବିକ ବର୍ଷା ପରିମାଣ ୧୧୫୦.୨ ମିଲିମିଟର ଥିବା ବେଳେ ଅଗଷ୍ଟ ଶେଷ ସୁଦ୍ଧା ମୋଟ ବର୍ଷା ପରିମାଣ ପ୍ରାୟ ୧୧୫୨ ମିଲିମିଟର ଛୁଇଁଛି। କେବଳ ଜୁନ୍‌ରେ ୪୭ ପ୍ରତିଶତ ବର୍ଷା ନିଅଣ୍ଟିଆ ଥିବା ବେଳେ ଜୁଲାଇ ଓ ଅଗଷ୍ଟରେ ପ୍ରବଳ ବର୍ଷା ହୋଇଥିଲା। ଏହି ତିନି ମାସର ସ୍ୱାଭାବିକ ବର୍ଷା ୯୧୪ ମିଲିମିଟର ତୁଳନାରେ ରାଜ୍ୟରେ ୨୬ ପ୍ରତିଶତ ଅଧିକ ବର୍ଷା ହୋଇଛି।

ସେପ୍ଟେମ୍ବରରେ ମଧ୍ୟ ଓଡ଼ିଶାରେ ବର୍ଷା ଜାରି ରହିପାରେ। IMDର ଆକଳନ ଅନୁସାରେ, ଦେଶର ଅନେକ ଅଞ୍ଚଳରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ। ତେବେ ପୂର୍ବ, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଭାରତର ଅନେକ ଅଞ୍ଚଳରେ ସ୍ୱାଭାବିକ କିମ୍ବା ଅଧିକ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶାର ଉତ୍ତର ଅଞ୍ଚଳରେ ଅଧିକ ବର୍ଷା ଏବଂ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଦକ୍ଷିଣ ଓଡ଼ିଶାରେ ବର୍ଷା ନିଅଣ୍ଟିଆ ରହିବାର ଆଶଙ୍କା ରହିଛି। ଏପଟେ ଆଗାମୀ ସପ୍ତାହେ ରାଜ୍ୟରେ ବିଶେଷ ବର୍ଷା ନଥାଇ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ତେବେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ।

ବର୍ତ୍ତମାନ ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ୱେଲ୍‌-ମାର୍କଡ୍‌ ଲଘୁଚାପରେ ପରିଣତ ହୋଇଛି। ଏହା ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି ଏବଂ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ମଙ୍ଗଳବାର ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ବରଗଡ଼ରେ ଅତି ପ୍ରବଳ ବର୍ଷା ନେଇ ସତର୍କତା ଥିବା ବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହୋଇପାରେ। ବୁଧବାରଠାରୁ ବର୍ଷାର ପରିମାଣ କମିବା ସହ ୩ ତାରିଖରୁ ବର୍ଷା କାଁ ଭାଁ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ