Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IND vs AFG T20: BCCIର ବଡ଼ ନିଷ୍ପତ୍ତି, ଆଫଗାନିସ୍ତାନ ସିରିଜ୍‌ରୁ ବାଦ୍‌ ପଡ଼ିଲେ ଭାରତୀୟ ଦଳର ୮ ଖେଳାଳି, ଫେରିଲେ ବୁମରା-ସଞ୍ଜୁ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ T20I ସିରିଜ୍‌ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କୁ ଅଧିନାୟକ ଏବଂ ତିଳକ ବର୍ମାଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି। ଜିମ୍ବାୱେ ବିପକ୍ଷ ସିରିଜ୍‌ରେ ଦଳରେ ଥିବା ରିଙ୍କୁ ସିଂହ ଓ ପ୍ରଭସିମରନ ସିଂହଙ୍କ ସମେତ ମୋଟ ୮ ଜଣ ଖେଳାଳି ଏଥର ଦଳରେ ସ୍ଥାନ ପାଇନାହାନ୍ତି। ଅନ୍ୟପକ୍ଷରେ ଜସପ୍ରୀତ ବୁମରା ଓ ସଞ୍ଜୁ ସାମସନଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଫେରିବା ଦଳକୁ ଅଧିକ ମଜବୁତ କରିଛି।

ଦଳରେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ, ଈଶାନ କିଶନ, ତିଳକ ବର୍ମା, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ରହିଛନ୍ତି। ତେବେ ବୁମରା, ନୀତୀଶ ରେଡ୍ଡୀ, ୱାଶିଂଟନ ସୁନ୍ଦର ଓ ହର୍ଷିତ ରାଣାଙ୍କ ଉପଲବ୍ଧତା fitness clearance ଉପରେ ନିର୍ଭର କରିବ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏହି T20I ସିରିଜ୍‌ର ସମସ୍ତ ମ୍ୟାଚ୍‌ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୧୩, ଦ୍ୱିତୀୟ ମ୍ୟାଚ୍‌ ସେପ୍ଟେମ୍ବର ୧୫ ଏବଂ ତୃତୀୟ ମ୍ୟାଚ୍‌ ସେପ୍ଟେମ୍ବର ୧୭ରେ ଅନୁଷ୍ଠିତ ହେବ। ଏହି ସିରିଜ୍‌ ପରେ ଏହି ୧୫ ଜଣିଆ ଦଳ ଏସିଆନ୍ ଗେମ୍ସ ପାଇଁ ମଧ୍ୟ ଜାପାନ ଗସ୍ତ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ