Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Gold Price: US-Iran ଯୁଦ୍ଧ ଉତ୍ତେଜନା ଓ Fed ରେଟ୍ ବୃଦ୍ଧି ଆଶଙ୍କାରେ ଖସିଲା ସୁନା ଦର

ନୂଆଦିଲ୍ଲୀ: ଭାରତୀୟ ଖୁଚୁରା ବଜାରରେ ବୁଧବାର, ସେପ୍ଟେମ୍ବର ୨ରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ସହ ଆମେରିକୀୟ ଫେଡେରାଲ୍ ରିଜର୍ଭ ପକ୍ଷରୁ ସୁଧହାର ବୃଦ୍ଧି ହେବାର ଆଶଙ୍କା ସୁନା ବଜାର ଉପରେ ଚାପ ସୃଷ୍ଟି କରିଛି। ଆନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ୩ ସପ୍ତାହରୁ ଅଧିକ ସମୟର ସର୍ବନିମ୍ନ ସ୍ତରକୁ ଖସିଛି।

ସୂଚନା ଅନୁସାରେ, ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୧, ୫୨, ୦୨୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧, ୩୯, ୩୫୦ ଟଙ୍କା ରହିଛି। କୋଲକାତାରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧, ୫୨, ୦୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧, ୩୯, ୩୫୦ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ସୁନା ଦ୍ୱାରା ମୁମ୍ବାଇ ଏବଂ କୋଲକାତା ଭଳି ସମାନ ରହିଛି | ଅନ୍ୟପଟେ, MCXରେ ସୁନା ଫ୍ୟୁଚର୍ସ ପ୍ରାୟ ୧.୦୭ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୧,୫୦,୫୩୦ ଟଙ୍କା ନିକଟରେ କାରବାର କରୁଥିଲା।

ବଜାର ବିଶେଷଜ୍ଞଙ୍କ ମତରେ, ଆମେରିକା-ଇରାନ ସଂଘର୍ଷ ଯୋଗୁଁ ଅଶୋଧିତ ତୈଳ ଦର ବଢ଼ିବା ସହ ମୁଦ୍ରାସ୍ଫୀତି ନେଇ ଚିନ୍ତା ବଢ଼ିଛି। ଏହା ଆମେରିକୀୟ ଫେଡ୍‌ର ସୁଧହାର ବୃଦ୍ଧି ନେଇ ବଜାରରେ ଆଶଙ୍କା ବଢ଼ାଇଛି। ଅଧିକ ସୁଧହାର ହେଲେ ସୁନା ଭଳି ସୁଧ ନ ଦେଉଥିବା ସମ୍ପତ୍ତିର ଆକର୍ଷଣ କମିପାରେ। ଏହି କାରଣରୁ ଆଗାମୀ ଦିନରେ ସୁନା ଦର ଉପରେ ଚାପ ଜାରି ରହିବ କି ନାହିଁ, ତାହା ନିବେଶକଙ୍କ ନଜରରେ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ