Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

PUCC Fine: ଓଡ଼ିଶାରେ କମିଲା ପ୍ରଦୂଷଣ ଜରିମାନା, ଜାଣନ୍ତୁ କେଉଁ ଗାଡ଼ି ପାଇଁ କେତେ ଫାଇନ୍ ଦେବାକୁ ପଡିବ…

ଭୁବନେଶ୍ୱର: ରାଜ୍ୟରେ କମିଲା PUCC (Pollution Under Control Certificate) ଜରିମାନା। ଏହା ଦ୍ୱାରା ଗାଡ଼ି ମାଲିକ ଓ ଚାଳକମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମୋଟରଯାନ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ ନଥିଲେ ଲାଗୁଥିବା ସର୍ବାଧିକ ୧୦ ହଜାର ଟଙ୍କାର ଜରିମାନାକୁ ଏବେ ୬ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ୨୦୧୯ରେ ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ହୋଇଥିବା ଜରିମାନା ରାଶିରେ ଏହି ସଂଶୋଧନ କରାଯାଇଛି।

ନୂଆ ନିୟମ ଅନୁଯାୟୀ, ମୋଟରସାଇକେଲ୍‌ ଓ ତିନିଚକିଆ ଯାନ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି କାର୍‌ କିମ୍ବା ଜିପ୍‌ ପାଇଁ ପ୍ରଥମ ଥର ୨ ହଜାର ଓ ଦ୍ୱିତୀୟ ଥର ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ଟ୍ରାକ୍ଟର ଓ ଟ୍ରେଲର ପାଇଁ ପ୍ରଥମ ଥର ୨ ହଜାର ଏବଂ ଦ୍ୱିତୀୟ ଥର ୫ ହଜାର ଟଙ୍କା ଫାଇନ୍‌ ଲାଗିବ। ଅନ୍ୟାନ୍ୟ ଯାନ ପାଇଁ ପ୍ରଥମ ଥର ୩ ହଜାର ଓ ଦ୍ୱିତୀୟ ଥର ୬ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ଏହାସହ ୯୦ ଦିନରୁ ଅଧିକ ସମୟ ଧରି ଇ-ଚାଲାଣ ବକେୟା ରହିଥିଲେ PUCC କରାଯାଇପାରିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତେଣୁ ଗାଡ଼ି ମାଲିକମାନେ ନିଜ ଯାନର PUCC ସାର୍ଟିଫିକେଟ୍‌ ସମୟସୀମା ଯାଞ୍ଚ କରିବା ସହ ବକେୟା ଇ-ଚାଲାଣ ଥିଲେ ତାହା ପରିଶୋଧ କରିବା ଆବଶ୍ୟକ। ନୂଆ ଜରିମାନା ବ୍ୟବସ୍ଥା ଫଳରେ PUCC ନିୟମ ଉଲ୍ଲଂଘନରେ ଗାଡ଼ି ମାଲିକଙ୍କ ଉପରେ ପଡ଼ୁଥିବା ଆର୍ଥିକ ଚାପ କିଛି ମାତ୍ରାରେ କମିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ