Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Senior Citizen Pilgrimage: ବାରଣାସୀ ଓ ଅଯୋଧ୍ୟା ତୀର୍ଥଯାତ୍ରାରେ ଗଲେ ୭୭୫ ବରିଷ୍ଠ ନାଗରିକ

ଭୁବନେଶ୍ୱର: ବାରଣାସୀ ଓ ଅଯୋଧ୍ୟା ତୀର୍ଥଯାତ୍ରାରେ ଗଲେ ଓଡ଼ିଶାର ୭୭୫ ଜଣ ବରିଷ୍ଠ ନାଗରିକ। ଭୁବନେଶ୍ୱର ପଟିଆ ନ୍ୟୁ ରେଳ ଷ୍ଟେସନରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ପର୍ଯ୍ୟଟନ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧାରୁ ୧୬୯, ଜଗତସିଂହପୁରରୁ ୮୫, କଟକରୁ ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଏବଂ ଢେଙ୍କାନାଳରୁ ୮୯ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ହୋଇଛନ୍ତି। ଯାତ୍ରୀମାନଙ୍କ ସୁବିଧା ଓ ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ମଧ୍ୟ ସେମାନଙ୍କ ସହ ଯାଇଛନ୍ତି। ତୀର୍ଥଯାତ୍ରୀମାନେ ସେପ୍ଟେମ୍ବର ୭ ତାରିଖରେ ଫେରିବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ଦୁର୍ବଳ ବର୍ଗର ବରିଷ୍ଠ ନାଗରିକଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲିବା ପାଇଁ ମାଗଣା ଯାତ୍ରାର ବ୍ୟବସ୍ଥା କରାଯାଉଛି। ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ଏହି ସୁଯୋଗ ମିଳିବ। ଏହି ପଦକ୍ଷେପ ଦ୍ୱାରା ତୀର୍ଥସ୍ଥାନ ଯିବାର ଅନେକ ବରିଷ୍ଠ ନାଗରିକଙ୍କ ସ୍ୱପ୍ନ ସାକାର ହେଉଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ