Raghav Chadha: ପଞ୍ଜାବ ଡ୍ରାଫ୍ଟ ଭୋଟର ଲିଷ୍ଟରୁ କଟିଲା ରାଘବ ଚଢାଙ୍କ ନାମ, ASDD ତାଲିକାରେ ସାଂସଦଙ୍କୁ ସାମିଲ
ନୂଆଦିଲ୍ଲୀ: ନିର୍ବାଚନ କମିଶନରଙ୍କ ଚାଲିଥିବା SIR (Special Intensive Revision) ଅଭିଯାନ ମଧ୍ୟରେ ପଞ୍ଜାବର ଡ୍ରାଫ୍ଟ ଭୋଟର ତାଲିକାରୁ ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ନାମ ବାଦ ପଡ଼ିଥିବା ଜଣାପଡ଼ିଛି। ତାଙ୍କ ନାମ ଏବେ ‘ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ ଓ ଡୁପ୍ଲିକେଟ୍’ (ASDD) ତାଲିକାରେ ସାମିଲ ହୋଇଛି। ଅଗଷ୍ଟ ୧୩, ୨୦୨୬ରେ ପ୍ରକାଶିତ ଡ୍ରାଫ୍ଟ ତାଲିକାରେ ରାଘବ ଚଢାଙ୍କ ନାମ ସାମ୍ନାରେ ‘ସ୍ଥାୟୀ ଭାବେ ସ୍ଥାନାନ୍ତରିତ’ (Permanently Shifted) ବୋଲି ଦର୍ଶାଯାଇଛି।
ରାଘବ ଚଢା ୨୦୨୨ରେ ଆମ୍ ଆଦମୀ ପାର୍ଟି (AAP) ଟିକେଟ୍ରେ ପଞ୍ଜାବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୬ ଏପ୍ରିଲରେ ସେ BJPରେ ଯୋଗ ଦେଇଥିଲେ। ତେବେ ଡ୍ରାଫ୍ଟ ଭୋଟର ତାଲିକାରୁ ନାମ ବାଦ ପଡ଼ିବାକୁ ନେଇ ସେ ଆପତ୍ତି ଉଠାଇଛନ୍ତି। ଅନ୍ୟପକ୍ଷରେ, AAP ଓ ପଞ୍ଜାବ ସରକାର ଏହି ପ୍ରକ୍ରିୟାରେ ରାଜ୍ୟ ସରକାରର କୌଣସି ଭୂମିକା ନଥିବା କହିଛନ୍ତି।
ନିର୍ବାଚନ କମିଶନଙ୍କ ଅନୁସାରେ, ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପରେ ଏବେ ଦାବି ଓ ଆପତ୍ତି ଦାଖଲ ପ୍ରକ୍ରିୟା ଜାରି ରହିଛି। ଯେଉଁ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପଡ଼ିଛି, ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ Form 6 ଦାଖଲ କରି ପୁଣି ଭୋଟର ତାଲିକାରେ ନାମ ସାମିଲ କରିବାକୁ ଆବେଦନ କରିପାରିବେ। ରାଘବ
ଚଢାଙ୍କ ମାମଲାରେ ମଧ୍ୟ ଡ୍ରାଫ୍ଟ ତାଲିକା ହୋଇଥିବାରୁ ଏହି ପ୍ରକ୍ରିୟା ମାଧ୍ୟମରେ ନାମ ସଂଶୋଧନ କିମ୍ବା ପୁନଃ ସାମିଲ କରିବାର ସୁଯୋଗ ରହିଛି।

