TVK Politics: ୨୦୨୯ରେ ରାହୁଲ ଗାନ୍ଧୀ ବିଜୟଙ୍କ ହାତ ଧରି PM ଚେୟାରରେ ବସାଇବେ, TVK ବିଧାୟକଙ୍କ ବଡ଼ ବୟାନ
ତାମିଲନାଡୁ: ୨୦୨୯ ଲୋକସଭା ନିର୍ବାଚନକୁ ନେଇ ତାମିଲନାଡୁରେ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ ଟିଭିକେ ବିଧାୟକ କନିମୋଝି ସନ୍ତୋଷଙ୍କ ଏକ ବୟାନ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ସେ କହିଛନ୍ତି ଯେ, ୨୦୨୯ରେ ରାହୁଲ ଗାନ୍ଧୀ ବିଜୟଙ୍କ ହାତ ଧରି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚେୟାରରେ ବସାଇବେ।
କନିମୋଝିଙ୍କ ଏହି ମନ୍ତବ୍ୟ ଏଭଳି ସମୟରେ ଆସିଛି, ଯେତେବେଳେ ବିଜୟଙ୍କୁ ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବାକୁ ନେଇ କଂଗ୍ରେସ ଓ ଟିଭିକେ ମଧ୍ୟରେ ମତଭେଦ ବଢ଼ୁଛି। ତେଣୁ ଟିଭିକେ ବିଧାୟକଙ୍କ ଏହି ବୟାନ ଦୁଇ ଦଳର ରାଜନୈତିକ ସମୀକରଣକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ କରିଛି।
ତାମିଲନାଡୁ ରାଜନୀତିରେ ଅଭିନେତା ବିଜୟଙ୍କ ରାଜନୈତିକ ଦଳ ଟିଭିକେର ପ୍ରଭାବକୁ ନେଇ ମଧ୍ୟ ଆଲୋଚନା ଚାଲିଛି। ବିଶେଷକରି ୨୦୨୯କୁ ନଜରରେ ରଖି ବିଜୟଙ୍କୁ ନେଇ ବିଭିନ୍ନ ରାଜନୈତିକ ଆକଳନ ହେଉଥିବା ବେଳେ କନିମୋଝି ସନ୍ତୋଷଙ୍କ ଏହି ମନ୍ତବ୍ୟ ଆଗାମୀ ଦିନରେ କଂଗ୍ରେସ- ଟିଭିକେ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆହୁରି ତୀବ୍ର କରିପାରେ।

