Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Uber Layoffs: ପୁଣି ଛଟେଇ କରିବ Uber, କର୍ମଚାରୀ ସଂଖ୍ୟା ୩୦ ହଜାରରୁ କମିବା ଆଶଙ୍କା

ନୂଆଦିଲ୍ଲୀ: କ୍ୟାବ୍‌ ସେବା ପ୍ରଦାନକାରୀ କମ୍ପାନୀ Uber ପୁଣିଥରେ କର୍ମଚାରୀ ଛଟେଇ କରିବାକୁ ଯାଉଛି। ଚଳିତ ବର୍ଷ ପୂର୍ବରୁ କମ୍ପାନୀର Customer Service ଏବଂ Human Resources (HR) ବିଭାଗରେ ସୀମିତ ପରିମାଣରେ ଛଟେଇ ହୋଇଥିବା ବେଳେ, ଏବେ ଆଉ ଏକ ପର୍ଯ୍ୟାୟରେ ଚାକିରି କମାଇବାକୁ ନିଷ୍ପତ୍ତି ନିଆଯାଇଛି।

ନୂଆ ଛଟେଇ ପରେ Uberର ମୋଟ କର୍ମଚାରୀ ସଂଖ୍ୟା ୩୦ ହଜାରରୁ କମ୍‌ ହୋଇପାରେ। ଯାହା ଫଳରେ କମ୍ପାନୀର କର୍ମଚାରୀ ସଂଖ୍ୟା ପ୍ରାୟ ୨୦୨୧ ମସିହାର ସ୍ତରକୁ ଫେରିଯିବ ବୋଲି ଅନୁମାନ କରାଯାଉଛି | ତେବେ କମ୍ପାନୀ ପକ୍ଷରୁ ଖର୍ଚ୍ଚ ଓ କାର୍ଯ୍ୟପ୍ରଣାଳୀକୁ ଅଧିକ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।

ଏହି ଛଟେଇ Uberର କର୍ମଚାରୀ ଗଠନ ଏବଂ ବ୍ୟବସାୟିକ ରଣନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି। ଚଳିତ ବର୍ଷ ପୂର୍ବରୁ ହୋଇଥିବା ଛଟେଇ ପରେ ପୁଣି ନୂଆ ପର୍ଯ୍ୟାୟରେ କର୍ମଚାରୀ ସଂଖ୍ୟା କମାଇବା ନିଷ୍ପତ୍ତିକୁ ନେଇ କମ୍ପାନୀର କର୍ମଚାରୀମାନଙ୍କ ମଧ୍ୟରେ ମଧ୍ୟ ଚିନ୍ତା ଦେଖାଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories