Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲେଶ୍ଵର ପରେ ମୁମ୍ବାଇରେ ମାଥେରନ ଟୟ ଟ୍ରେନ ଲାଇନଚ୍ୟୁତ୍, ସମସ୍ତ ଯାତ୍ରୀ ସୁରକ୍ଷିତ

ମୁମ୍ଵାଇ: ବାଲେଶ୍ଵରର ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ମହାରାଷ୍ଟ୍ରରୁ ଟ୍ରେନ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସେଠକାର ଲୋକପ୍ରିୟ ମାଥେରାନ ହିଲ୍ ଷ୍ଟେସନରୁ ନେରଲ ଯାଉଥିବା ଏକ ଟୟ ଟ୍ରେନ ଲାଇନଚ୍ୟୁତ୍ ହୋଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ରେଲଓ୍ଵେ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ଏହି ଘଟଣା ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଘଟିଥିଲା ଯେତେବେଳେ ଟ୍ରେନର ଇଞ୍ଜିନର ଏକ ଚକ ଜୁମ୍ମା ପଟ୍ଟି ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଜୁମ୍ମା ପଟ୍ଟି ଷ୍ଟେସନ ମୁମ୍ବାଇରୁ ପ୍ରାୟ ୯୫ କିଲୋମିଟର। ଦୁର୍ଘଟଣା ସମୟରେ ଟ୍ରେନରେ ପ୍ରାୟ ୯୫ ଯାତ୍ରୀ ଥିଲେ।

ରେଲଓ୍ଵେର ମୁଖପାତ୍ର କହିଛନ୍ତି, ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ଯାତ୍ରୀଙ୍କୁ ତୁରନ୍ତ ଟ୍ରେନରୁ ଓହ୍ଲାଇ ଅନ୍ୟ ଗାଡ଼ି ଜରିଆରେ ନିଜ ନିଜର ଗନ୍ତବ୍ୟସ୍ଥଳକୁ ପଠାଗଲା। ଏହା ପରେ ଟ୍ରେନକୁ ରାତି ପ୍ରାୟ ୯ଟାରେ ପୁଣି ଥରେ ଟ୍ରାକକୁ ଅଣା ଯାଇଥିଲା ଏବଂ ରାତି ୧୦ଟା ୩୦ରେ ନେରଲ ଷ୍ଟେସନ ପହଞ୍ଚିଥିଲା।

ଏହି ଘଟଣା ସେହି ସମୟରେ ଘଟିଛି ଯେବେ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁନ ୨ ତାରିଖରେ ବାଲେଶ୍ଵରର ବାହାନଗାରେ ଭୟାନକ ଟ୍ରେନ ଦୁର୍ଘଟଣାରେ ୨୭୮ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୧୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନରେଲ-ମାଥେରନ ଟଏ ଟ୍ରେନ ୧୦୦ ବର୍ଷରୁ ଅଧିକ ପୁରୁଣା ହେବ। ଏହା ୨୧ କିଲୋମିଟର ମଧ୍ୟରେ ଦୌଡିଥାଏ। ଜୁନରୁ ଅକ୍ଟୋବର ପର୍ଯ୍ୟନ୍ତ ବର୍ଷା ଋତୁ କାରଣରୁ ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନର ଚଳାଚଳ ବନ୍ଦ ରଖାଯାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ