ମେଗାଲିଫ୍ଟ କେନାଲ ସନ୍ଦିଗ୍ଧ ଅଖାବସ୍ତା ରୁ ମିଳିଲା ମୃତ କୁକୁର ଶବ।
କଳାହାଣ୍ଡି୦୪/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମେଗାଲିଫ୍ଟ କେନାଲ ର ଅଁଳାଗୁଡ଼ା ଗମ୍ଭାରୀଗୁଡା ବ୍ରିଜ୍ ତଳେ ଏକ ଅଜଣା ବସ୍ତା ରେ ଦୁର୍ଗନ୍ଧ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କିଛି ଗୁଜବ ସହ ସନ୍ଦେହ ପ୍ରକାଶ ପାଇଥିଲା। କେନାଲ ରେ ଭାସୁଥିବା ଦୁର୍ଗନ୍ଧମୟ ଅଖାବସ୍ତା ରେ କୁ ନେଇ କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା ।ବସ୍ତାଟିରୁ ଦୁର୍ଗନ୍ଧ ବାହାରିବାରୁ ଗ୍ରାମବାସି ମାନେ ସନ୍ଦିଗ୍ଧ ହୋଇପଡ଼ିଲେ। ସନ୍ଦେହ ହେବାରୁ ସେମାନେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଲେ । କୋକସରା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରି ଘଟଣାସ୍ଥଳରେ ପହଞ୍ଚି କେନାଲ ରେ ଭାସୁଥିବା ଅଖା ବସ୍ତାଟି କୁ ଖୋଲିବା ପରେ ଗୋଟିଏ ମୃତ କୁକୁର ଦେଖିବାକୁ ପାଇଲେ। ତେବେ କାହିଁକି କିଏ କୁକୁର ର ମୃତଦେହ କୁ ବସ୍ତା ରେ ଭର୍ତ୍ତି କରି କେନାଲ ରେ ଫିଙ୍ଗି ଦେଇଥିଲା ତାହା କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ପ୍ରକାଶ ପାଇଥିଲା। ତେବେ ଗ୍ରାମବାସୀ ଯାହା ସନ୍ଦେହ କରୁଥିଲେ ତାହା ସ୍ପଷ୍ଟ ପରେ ସ୍ଥାନୀୟ ଲୋକମାନେ ଆଶ୍ୱସ୍ତ ହୋଇଥିଲେ ।

