Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Paperless Registration: ଏଣିକି ୪ ପୃଷ୍ଠାରେ ସରିବ ଦଲିଲ ପଞ୍ଜୀକରଣ, ଡିଜିଟାଲ୍‌ ହେବ ପୂରା ପ୍ରକ୍ରିୟା

ଭୁବନେଶ୍ୱର:ଏଣିକି ରାଜ୍ୟରେ ଦଲିଲ ପଞ୍ଜୀକରଣ ବ୍ୟବସ୍ଥା ପେପରଲେସ୍‌ ହେବ। ଏଥିପାଇଁ ପୁରୁଣା ନିୟମରେ ଆବଶ୍ୟକ ସଂଶୋଧନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏହାସହ ପଞ୍ଜୀକରଣ ଦଲିଲକୁ ସର୍ବାଧିକ ୪ ପୃଷ୍ଠାରେ ସୀମିତ ରଖିବା ନେଇ ମଧ୍ୟ ବ୍ୟବସ୍ଥା କରାଯିବ। ନାଗରିକକୈନ୍ଦ୍ରିକ, ସ୍ୱଚ୍ଛ ଓ ସମ୍ପୂର୍ଣ୍ଣ ଡିଜିଟାଲ୍‌ ପଞ୍ଜୀକରଣ ବ୍ୟବସ୍ଥା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଉଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି। ଏନେଇ ଗତକାଲି ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ ହୋଇଥିଲା।

ବୈଠକରେ Registration Act, 1908ରେ ଆବଶ୍ୟକ ସଂଶୋଧନ କରି ପେପରଲେସ୍‌ ଡିଡ୍‌ ରେଜିଷ୍ଟ୍ରେସନ୍‌ ବ୍ୟବସ୍ଥା ଲାଗୁ କରିବା ନେଇ ଆଲୋଚନା ହୋଇଛି। ଏହି ପ୍ରସ୍ତାବକୁ ଆଗାମୀ ଦିନରେ କ୍ୟାବିନେଟ୍‌ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। ଏହାପରେ ବିଧାନସଭାରେ ବିଲ୍‌ ଆଗତ ହେବ। ପଞ୍ଜୀକରଣଯୋଗ୍ୟ ଦଲିଲ ପାଇଁ Standard Templates ପ୍ରସ୍ତୁତ କରାଯିବା ସହ ନିର୍ଦ୍ଦିଷ୍ଟ ବର୍ଗର ଦଲିଲ ପାଇଁ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍‌ ପଞ୍ଜୀକରଣ ବ୍ୟବସ୍ଥା କରାଯିବ। ଇଲେକ୍ଟ୍ରୋନିକ୍‌ ଭାବେ ଜାରି ହେବାକୁ ଥିବା ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ରେ ଇଲେକ୍ଟ୍ରୋନିକ୍‌ ସିଗ୍ନେଚର ଓ ଇଲେକ୍ଟ୍ରୋନିକ୍‌ ସିଲ୍‌ ରହିବ ଏବଂ ଏହାର ଆଇନଗତ ବୈଧତା ଭୌତିକ ପ୍ରମାଣପତ୍ର ସହ ସମାନ ରହିବ।

ଏହାସହ ପଞ୍ଜୀକରଣ ରେକର୍ଡକୁ ଲ୍ୟାଣ୍ଡ ରେକର୍ଡ, ରାଜସ୍ୱ ରେକର୍ଡ, ପୌରାଞ୍ଚଳ, ପ୍ଲାନିଂ ଅଥରିଟି ଓ ଅର୍ଥନୈତିକ ଅନୁଷ୍ଠାନ ସମେତ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥା ସହ ଡିଜିଟାଲ୍‌ ଭାବେ ସଂଯୋଗ କରାଯିବ। ପଞ୍ଜୀକରଣ ରେକର୍ଡ, ଲ୍ୟାଣ୍ଡ ରେକର୍ଡ ଓ ମ୍ୟୁଟେଶନ୍‌ ରେଜିଷ୍ଟର ମଧ୍ୟରେ ସମନ୍ୱୟ ରଖାଯାଇ ମ୍ୟୁଟେଶନ୍‌ ପ୍ରକ୍ରିୟାକୁ ମଧ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍‌ ଭାବେ କରାଯିବ। ଏହି ବ୍ୟବସ୍ଥା ଲାଗୁ ହେଲେ ଲୋକଙ୍କୁ ଅଧିକ ସ୍ୱଚ୍ଛ, ସୁବିଧାଜନକ ଓ ଶୀଘ୍ର ପଞ୍ଜୀକରଣ ସେବା ମିଳିବା ସହ ଦଲିଲ ପଞ୍ଜୀକରଣ ପ୍ରକ୍ରିୟା ଆହୁରି ସରଳ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories