Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IndiGo Flight: ଶ୍ରୀନଗର ଏୟାରପୋର୍ଟରେ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ

ନୂଆଦିଲ୍ଲୀ: ଶ୍ରୀନଗର ଏୟାରପୋର୍ଟରେ ପାର୍କିଂ ସମୟରେ ଏକ IndiGo ବିମାନ ଖୁଣ୍ଟରେ ଧକ୍କା ହୋଇଥିବା ଜଣାପଡ଼ିଛି। ଗୁରୁବାର ସକାଳ ପ୍ରାୟ ୯ଟା ୨ ମିନିଟ୍‌ ସମୟରେ ବେ ନମ୍ବର ୦୬ରେ ଏହି ଘଟଣା ଘଟିଥିଲା। ବିମାନଟି ନଭି ମୁମ୍ବାଇରୁ ଶ୍ରୀନଗରରେ ପହଞ୍ଚିଥିଲା।

ଘଟଣା ସମୟରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି। ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ବିମାନରୁ ଯାତ୍ରୀମାନଙ୍କୁ ସିଡ଼ି ସାହାଯ୍ୟରେ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା।

ବିମାନଟି କେଉଁ ପରିସ୍ଥିତିରେ ଖୁଣ୍ଟରେ ଧକ୍କା ହେଲା, ତାହା ନେଇ ଯାଞ୍ଚ ଆରମ୍ଭ ହୋଇଛି। ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ। ଏହି ଘଟଣା ସତ୍ତ୍ୱେ ଶ୍ରୀନଗର ଏୟାରପୋର୍ଟରେ ବିମାନ ଚଳାଚଳ ସ୍ୱାଭାବିକ ଭାବେ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories