Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nepal Flood: ବନ୍ୟା ରିଲିଫ୍‌କୁ ନେଇ ସ୍ପଷ୍ଟ କଲା ନେପାଳ, ଭାରତଠାରୁ ଆର୍ଥିକ କ୍ଷତିପୂରଣ ମାଗିନଥିବା କହିଲେ ବିଦେଶ ମନ୍ତ୍ରୀ

ନେପାଳ: ନେପାଳରେ ଭୟଙ୍କର ଫ୍ଲାସ୍‌ ଫ୍ଲଡ୍‌ ପରେ ଭାରତଠାରୁ ଆର୍ଥିକ କ୍ଷତିପୂରଣ ଦାବି କରାଯାଇଥିବା ନେଇ ଆସିଥିବା ରିପୋର୍ଟକୁ ନେପାଳ ସରକାର ସ୍ପଷ୍ଟ କରିଛନ୍ତି। ନେପାଳର ବିଦେଶ ମନ୍ତ୍ରୀ ଶିଶିର ଖନାଲ ANIକୁ କହିଛନ୍ତି ଯେ, କାଠମାଣ୍ଡୁ ଭାରତଠାରୁ କୌଣସି ଆର୍ଥିକ କ୍ଷତିପୂରଣ ମାଗିନାହିଁ। ଏନେଇ ହୋଇଥିବା ଔପଚାରିକ ଦାବି ସମ୍ପର୍କିତ ରିପୋର୍ଟକୁ ସେ ଖଣ୍ଡନ କରିଛନ୍ତି।

ମନ୍ତ୍ରୀ ଖନାଲ କହିଛନ୍ତି ଯେ, ହିମାଳୟ ଅଞ୍ଚଳର ଦେଶଗୁଡ଼ିକର ଭୌଗୋଳିକ ଓ ପରିବେଶୀୟ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ। ଏଭଳି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପରସ୍ପର ଦୋଷାରୋପ କିମ୍ବା କ୍ଷତିପୂରଣ ବିବାଦ ପରିବର୍ତ୍ତେ ଅଞ୍ଚଳର ଦେଶଗୁଡ଼ିକ ଏକାଠି ହୋଇ ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାକୁ ମଜବୁତ କରିବା ଆବଶ୍ୟକ। ଏଥିପାଇଁ ଆଞ୍ଚଳିକ ଏକତା ଓ ସହଯୋଗ ଉପରେ ନେପାଳ ଗୁରୁତ୍ୱ ଦେଉଥିବା ସେ ସ୍ପଷ୍ଟ କରିଛନ୍ତି।

ସମ୍ପ୍ରତି ନେପାଳରେ ହୋଇଥିବା ଭୟଙ୍କର ଫ୍ଲାସ୍‌ ଫ୍ଲଡ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିପର୍ଯ୍ୟୟ ପରେ ରିଲିଫ୍‌ ଓ ପୁନରୁଦ୍ଧାରକୁ ନେଇ ବିଭିନ୍ନ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ନେପାଳ ସରକାରଙ୍କ ଏହି ସ୍ପଷ୍ଟୀକରଣ ଗୁରୁତ୍ୱପୂର୍ଣ୍ଣ ହୋଇଛି। କାଠମାଣ୍ଡୁର ମତ ହେଉଛି, ହିମାଳୟ ଅଞ୍ଚଳରେ ବଢ଼ୁଥିବା ପ୍ରାକୃତିକ ବିପଦର ମୁକାବିଲା ପାଇଁ ଦେଶଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ପ୍ରସ୍ତୁତି ବଢ଼ାଇବା ହିଁ ଅଧିକ ଜରୁରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories