Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Tamil Nadu Crime: ସରକାରୀ ସ୍କୁଲର ସାମ୍ବରରେ ଗୋବର ପାଉଡର ମିଶାଇବା ଅଭିଯୋଗ, ଜଣେ ଗିରଫ

ତାମିଲନାଡୁ: ତାମିଲନାଡୁର ଇରୋଡରେ ଏକ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମାଗଣା ଜଳଖିଆ ଯୋଜନାର ସାମ୍ବରରେ କଥିତ ଭାବେ ଗୋବର ପାଉଡର ମିଶାଇବାକୁ ନେଇ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଘଟଣାରେ ପୁଲିସ ଅରୁମୁଗମ ନାମକ ଜଣେ ବ୍ୟକ୍ତିଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୨୩ ଅଧୀନରେ ଗିରଫ କରିଛି। ପୁଲିସ ଅନୁସାରେ, ଘଟଣା ପଛରେ ବ୍ୟକ୍ତିଗତ ପ୍ରତିଶୋଧର କାରଣ ଥିବା ଅଭିଯୋଗ ହୋଇଛି।

ପୁଲିସର ସୂଚନା ଅନୁସାରେ, ଅରୁମୁଗମଙ୍କ ପତ୍ନୀଙ୍କୁ ସମ୍ପୃକ୍ତ ସ୍କୁଲରୁ ହଟାଇ ଦିଆଯାଇଥିବାରୁ ସେ ଏଥିରେ ଅସନ୍ତୁଷ୍ଟ ଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସେ ଜଣେ ଛାତ୍ରଙ୍କ ଉପରେ ଚାପ ପକାଇ ଖାଦ୍ୟରେ ଗୋବର ପାଉଡର ମିଶାଇବାକୁ କହିଥିବା ପୁଲିସ ଦାବି କରିଛି। ତେବେ ଖାଦ୍ୟ ପରିବେଷଣ ପୂର୍ବରୁ ଶିକ୍ଷକମାନେ ଏହାକୁ ଚାଖିବା ସମୟରେ ସାମ୍ବରର ସ୍ୱାଦରେ ପରିବର୍ତ୍ତନ ଅନୁଭବ କରିଥିଲେ। ଏହାପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

ପୁଲିସ ଅନୁସାରେ, ଘଟଣା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ପରିବେଷଣ କରାଯାଇଥିବା ଖାଦ୍ୟ ପ୍ରଭାବିତ ହୋଇନଥିଲା। ମାମଲାରେ ଅରୁମୁଗମଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି। ଖାଦ୍ୟରେ ପ୍ରକୃତରେ କ’ଣ ମିଶାଯାଇଥିଲା, ଏଥିରେ ଆଉ କେହି ସମ୍ପୃକ୍ତ ଥିଲେ କି ନାହିଁ ଏବଂ ଛାତ୍ରଙ୍କ ଉପରେ କିପରି ଚାପ ପକାଯାଇଥିଲା, ସେନେଇ ପୁଲିସ ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories