Teachers Day 2026: ଶିକ୍ଷକଙ୍କୁ ଟିପ୍ସ ମାଗିଲେ PM ମୋଦୀ, ପବ୍ଲିକ୍ ସ୍ପିକିଂ ନେଇ କହିଲେ- ‘ମୋତେ ମଧ୍ୟ ଜଣେ ଛାତ୍ର ଭାବି କିଛି ଟିପ୍ସ ଦିଅନ୍ତୁ’
ନୂଆଦିଲ୍ଲୀ: ଶିକ୍ଷକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ପୁରସ୍କାର ପାଇବାକୁ ଥିବା ୪୮ ଜଣ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ସହ ପବ୍ଲିକ୍ ସ୍ପିକିଂ ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଶିକ୍ଷୟିତ୍ରୀ ଜଣକ ପିଲାମାନଙ୍କୁ ପବ୍ଲିକ୍ ସ୍ପିକିଂ ଶିଖାଉଥିବା ଜାଣିବା ପରେ ମୋଦୀ ତାଙ୍କୁ କହିଥିଲେ, ମୋତେ ମଧ୍ୟ ଜଣେ ଛାତ୍ର ଭାବି କିଛି ଟିପ୍ସ ଦିଅନ୍ତୁ।
ଏହାର ଉତ୍ତରରେ ଶିକ୍ଷୟିତ୍ରୀ କହିଥିଲେ, ସାର୍ବଜନୀନ ଭାବେ କଥା କହିବା ସମୟରେ ପ୍ରଥମେ ଆତ୍ମବିଶ୍ୱାସ ଦେଖାଇବା ଆବଶ୍ୟକ। ଏହା ଶୁଣି ପ୍ରଧାନମନ୍ତ୍ରୀ ହସି କହିଥିଲେ, ‘ତାହେଲେ ଏହି ଆତ୍ମବିଶ୍ୱାସ ଆସିବ କିପରି?’ ଏହାର ଉତ୍ତରରେ ଶିକ୍ଷୟିତ୍ରୀ କହିଥିଲେ ଯେ, ଆତ୍ମବିଶ୍ୱାସ ପାଇଁ ନିୟମିତ ଅଭ୍ୟାସ କରିବା ଆବଶ୍ୟକ।
ଶିକ୍ଷକଙ୍କ ସହ ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରଳ ଓ ହାସ୍ୟରସପୂର୍ଣ୍ଣ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳିଥିଲା। ପବ୍ଲିକ୍ ସ୍ପିକିଂ ଭଳି ଦକ୍ଷତା ବିକାଶରେ ଆତ୍ମବିଶ୍ୱାସ ସହ ନିୟମିତ ଅଭ୍ୟାସର ଗୁରୁତ୍ୱ ରହିଥିବା ବାର୍ତ୍ତା ଏହି ଆଲୋଚନାରୁ ମିଳିଛି।

