Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଷା ମଇଁଷି ‘ବସନ୍ତ’ର ଜନ୍ମଦିନରେ ଧୁମ୍‌ଧାମ୍‌ରେ ଭୋଜି, ଅର୍କେଷ୍ଟ୍ରା ଓ ନାଚ

ଉତ୍ତରପ୍ରଦେଶର ବଲିଆରୁ ସାମ୍ନାକୁ ଆସିଛି ପଶୁପ୍ରେମର ଏକ ନିଆରା ଉଦାହରଣ। ଏଠାରେ ଏକ ପରିବାର ନିଜ ପୋଷା ମଇଁଷି ‘ବସନ୍ତ’ର ଚତୁର୍ଥ ଜନ୍ମଦିନକୁ ମଣିଷଙ୍କ ଜନ୍ମଦିନ ଭଳି ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଫୁଲମାଳରେ ବସନ୍ତକୁ ସଜାଯିବା ସହ ମୁଣ୍ଡରେ ‘ହ୍ୟାପି ବର୍ଥଡେ’ ଟୋପି ପିନ୍ଧାଯାଇଥିଲା। ଏହାପରେ କେକ୍‌ କାଟି ଜନ୍ମଦିନ ପାଳନ କରାଯାଇଥିଲା।

ବସନ୍ତର ଜନ୍ମଦିନ ପାଳନରେ ପରିବାର କେବଳ ଘର ମଧ୍ୟରେ ସୀମିତ ରହିନଥିଲେ। ସମଗ୍ର ଗାଁର ଲୋକଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଏଥର ଉତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଅର୍କେଷ୍ଟ୍ରା ଓ ନାଚଗୀତର ମଧ୍ୟ ଆୟୋଜନ ହୋଇଥିଲା। ଗାଁର ଲୋକମାନେ ମଧ୍ୟ ଉତ୍ସବରେ ସାମିଲ ହୋଇ ଏହି ନିଆରା ଜନ୍ମଦିନ ପାଳନର ମଜା ନେଇଥିଲେ।

ପରିବାରର କହିବା ଅନୁସାରେ, ବସନ୍ତର ଜନ୍ମଦିନ ପ୍ରତିବର୍ଷ ଏଭଳି ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଏହି ନିଆରା ଉତ୍ସବ ପଶୁଙ୍କ ପ୍ରତି ପରିବାରର ଭଲପାଇବା ଓ ଆବେଗକୁ ସ୍ପଷ୍ଟ କରୁଛି। ବସନ୍ତର ଜନ୍ମଦିନ ପାଳନକୁ ନେଇ ଏବେ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ