Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Miami Plane Crash: ଅବତରଣ ବେଳେ ରନୱେରୁ ଖସିଲା Amazon କାର୍ଗୋ ବିମାନ, ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାର ମିଆମିରେ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା। ମିଆମି ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟରେ ଅବତରଣ କରୁଥିବାବେଳେ ରନୱେରୁ ଖସିଯିବା ପରେ Amazon Prime Air ପାଇଁ ପରିଚାଳିତ ଏକ କାର୍ଗୋ ବିମାନରେ ଭୟଙ୍କର ନିଆଁ ଲାଗିଥିଲା। ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୨୧ Air ପକ୍ଷରୁ ପରିଚାଳିତ Boeing 767-300 ବିମାନଟି ପୁଏର୍ଟୋ ରିକୋର ସାନ୍‌ ଜୁଆନ୍‌ରୁ ମିଆମି ଆସୁଥିଲା ଏବଂ Prime Air Flight 7598 ଭାବେ ଉଡ଼ାଣ କରିଥିଲା।

ରବିବାର ପ୍ରାୟ ଦିନ ୨ଟା ସମୟରେ ବିମାନଟି ଅବତରଣ କରୁଥିବାବେଳେ ରନୱେରୁ ବାହାରିଯାଇଥିଲା। ଏହାପରେ ଏକାଧିକ ଯାନକୁ ଧକ୍କା ଦେବାରୁ ବିମାନରେ ନିଆଁ ଲାଗିଥିଲା ଏବଂ ଘଟଣାସ୍ଥଳରେ ଘନ କଳା ଧୂଆଁ ଛାଇଯାଇଥିଲା। ଖବର ପାଇ ୬୦ରୁ ଅଧିକ ଫାୟାର୍‌ ଓ ରେସ୍କ୍ୟୁ ୟୁନିଟ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣା ପରେ ବିମାନବନ୍ଦରର କିଛି ରନୱେ ଓ ଟ୍ୟାକ୍ସିୱେକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା।

ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଆମେରିକାର Federal Aviation Administration (FAA) ଓ National Transportation Safety Board (NTSB) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ବିମାନର ଉଡ଼ାଣ ଓ ଅବତରଣ ସମ୍ପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି। ଅନ୍ୟପକ୍ଷରେ Amazon ପକ୍ଷରୁ ଦୁର୍ଘଟଣାରେ ପ୍ରଭାବିତ ସମସ୍ତଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦିଆଯାଉଥିବା କୁହାଯାଇଛି। ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ଅଧିକାରୀଙ୍କ ସହ କମ୍ପାନୀ ସମନ୍ୱୟ ରଖି ସ୍ଥିତିର ଆକଳନ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories