Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Satya Niketan Building Collapse: ଦିଲ୍ଲୀରେ ୫ ମହଲା କୋଠା ଭୁଶୁଡ଼ିବା ଘଟଣାରେ ମାଲିକ ହରିରାମ ବଂସଲ ଗିରଫ, ଭିୱାଡ଼ିରୁ ଧରିଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି। ଘଟଣା ପରେ ଫେରାର ଥିବା କୋଠାର କଥିତ ମାଲିକ ହରିରାମ ବଂସଲଙ୍କୁ ରାଜସ୍ଥାନର ଭିୱାଡ଼ିରୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରାଯିବା ପରେ ତାଙ୍କୁ ଖୋଜିବା ପାଇଁ ଏକାଧିକ ଟିମ୍‌ ନିୟୋଜିତ ହୋଇଥିଲା। ଏବେ ତାଙ୍କୁ ହେପାଜତରେ ନେଇ ପୁଲିସ ପଚରାଉଚରା କରୁଛି।

ସତ୍ୟ ନିକେତନରେ ଥିବା ଏହି ୫ ମହଲା କୋଠାଟି ଛାତ୍ରମାନଙ୍କ ପାଇଁ ପେଇଂ ଗେଷ୍ଟ୍‌ (PG) ଭାବେ ବ୍ୟବହାର ହେଉଥିଲା। ରବିବାର ହଠାତ୍‌ କୋଠାଟି ଭୁଶୁଡ଼ି ପଡ଼ିବା ପରେ ବଡ଼ ଧରଣର ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ତାଜା ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସମୟରେ କୋଠାରେ ମରାମତି କାମ ଚାଲିଥିବା ନେଇ ମଧ୍ୟ ତଦନ୍ତ କରାଯାଉଛି।

ଅନ୍ୟପଟେ, ଏହି ଘଟଣାକୁ ନେଇ ଦିଲ୍ଲୀ ପୁଲିସ ହରିରାମ ବଂସଲ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। କୋଠାର ମରାମତି କାମ, ନିର୍ମାଣ ନିୟମର ଉଲ୍ଲଂଘନ ଏବଂ ଦୁର୍ଘଟଣା ପଛରେ କାହାର ଦାୟିତ୍ୱ ରହିଛି, ସେନେଇ ତଦନ୍ତ ଜାରି ରହିଛି। ଏହାସହ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ମଧ୍ୟ କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଲିସ ତଦନ୍ତ ପରେ ଏହି ଦୁର୍ଘଟଣା ପାଇଁ ପ୍ରକୃତରେ କିଏ ଦାୟୀ, ତାହା ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ