Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Rourkela: ସ୍ୱଚ୍ଛ ବାୟୁରେ ଦେଶରେ ଶ୍ରେଷ୍ଠ ରାଉରକେଲା, ମିଳିଲା ୩ଟି ପୁରସ୍କାର

ରାଉରକେଲା: ସ୍ୱଚ୍ଛ ବାୟୁ ଦିବସ ୨୦୨୬ ଅବସରରେ ରାଉରକେଲାକୁ ମିଳିଛି ବଡ଼ ସଫଳତା। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସେପ୍ଟେମ୍ବର ୭ ତାରିଖରେ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଇଥିବା ବେଳେ, ଏହି ଅବସରରେ ଆୟୋଜିତ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ରାଉରକେଲା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ରାଉରକେଲା ସହରକୁ ପୁରସ୍କୃତ କରାଯାଇଛି। ସ୍ୱଚ୍ଛ ବାୟୁ ଦିବସ ଅବସରରେ ରାଉରକେଲା ସିଭିକ୍‌ ସେଣ୍ଟରରେ ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ପ୍ରତିବର୍ଷ ଏହି ସର୍ବେକ୍ଷଣ ଆୟୋଜନ କରାଯାଏ। ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା, ସମସ୍ତଙ୍କ ପାଇଁ ସ୍ୱଚ୍ଛ ବାୟୁ ସୁନିଶ୍ଚିତ କରିବା ଏବଂ ବାୟୁ ପ୍ରଦୂଷଣ ରୋକିବା ନେଇ ନାଗରିକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗର ୧୩୦ଟି ସହରକୁ ନେଇ ସର୍ବେକ୍ଷଣ କରାଯାଇଥିବା ବେଳେ ଏଥିରେ ରାଉରକେଲା ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ସହରର ପରିବେଶ ପରିଚାଳନା ଓ ସ୍ୱଚ୍ଛ ବାୟୁ ପାଇଁ ନିଆଯାଇଥିବା ପଦକ୍ଷେପ ଆଧାରରେ ସହରଗୁଡ଼ିକର ମୂଲ୍ୟାଙ୍କନ କରାଯାଏ।

ଦିଲ୍ଲୀରେ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ପୁରସ୍କାର ସମାରୋହରେ ରାଉରକେଲା ସହରକୁ ମୋଟ ତିନୋଟି ପୁରସ୍କାର ମିଳିଛି। ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସଫଳତା ରାଉରକେଲାର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପକୁ ଏକ ବଡ଼ ସ୍ୱୀକୃତି ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories