ISKCON: ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗ, ଜୁହୁସ୍ଥିତ ISKCONର ୩ ରେଷ୍ଟୁରାଣ୍ଟର ଲାଇସେନ୍ସ ସସ୍ପେଣ୍ଡ
ମୁମ୍ବାଇ: ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତା ନିୟମର ଗୁରୁତର ଉଲ୍ଲଂଘନ ଅଭିଯୋଗରେ ମୁମ୍ବାଇର ଜୁହୁସ୍ଥିତ ISKCONର ୩ଟି ରେଷ୍ଟୁରାଣ୍ଟର ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି। ମଙ୍ଗଳବାର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
FDA ପକ୍ଷରୁ ସେପ୍ଟେମ୍ବର ୩ରେ ଜୁହୁର ହରେ କୃଷ୍ଣ ଲ୍ୟାଣ୍ଡ ପରିସରରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକର ଯାଞ୍ଚ କରାଯାଇଥିଲା। ଏଥିରେ ISKCONର Govinda’s Restaurant, Food Services Restaurant ସହ ପରିସରରେ ଥିବା ଆଉ ଏକ ଖାଦ୍ୟ ପ୍ରତିଷ୍ଠାନ ସାମିଲ ଥିଲା।
ଯାଞ୍ଚ ସମୟରେ ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତା ନିୟମର ଗୁରୁତର ଉଲ୍ଲଂଘନ ହୋଇଥିବା ଅଭିଯୋଗ ପରେ FDA ଏହି ତିନୋଟି ପ୍ରତିଷ୍ଠାନ ବିରୋଧରେ ପଦକ୍ଷେପ ନେଇଛି। ଘଟଣାକୁ ନେଇ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଓ FDAର ଆଗାମୀ ପଦକ୍ଷେପ ଉପରେ ନଜର ରହିଛି।

