Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

UP Government Doctors: ଅବସର ପରେ ୭୦ ବର୍ଷ ପର୍ଯ୍ୟନ୍ତ ପୁନଃନିଯୁକ୍ତି, ଡାକ୍ତର ଅଭାବ କମାଇବାକୁ ସରକାରଙ୍କ ବଡ଼ ପଦକ୍ଷେପ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ସରକାରୀ ଡାକ୍ତରମାନଙ୍କ ପାଇଁ ବଡ଼ ଖବର। ଏଣିକି ସରକାରୀ ଡାକ୍ତରମାନେ ଅବସର ନେବା ପରେ ମଧ୍ୟ ପୁନଃନିଯୁକ୍ତି ମାଧ୍ୟମରେ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ସେବା ଦେଇପାରିବେ। ବର୍ତ୍ତମାନର ବ୍ୟବସ୍ଥାରେ ସରକାରୀ ଡାକ୍ତରମାନେ ୬୫ ବର୍ଷ ପର୍ଯ୍ୟନ୍ତ ସେବା ଦେଉଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଔପଚାରିକ ଆଦେଶ ଜାରି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସରକାରଙ୍କ ମତରେ, ଅଭିଜ୍ଞ ଓ ଯୋଗ୍ୟ ଡାକ୍ତରଙ୍କ ସେବାକୁ ଆହୁରି କିଛି ବର୍ଷ ଜାରି ରଖିବା ଦ୍ୱାରା ରାଜ୍ୟର ସରକାରୀ ହସ୍ପିଟାଲ, କମ୍ୟୁନିଟି ହେଲ୍ଥ ସେଣ୍ଟର (CHC) ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (PHC)ରେ ଚିକିତ୍ସା ସେବା ମଜବୁତ ହେବ। ବିଶେଷକରି ସ୍ପେସାଲିଷ୍ଟ ଡାକ୍ତରଙ୍କ ଅଭାବ ଥିବା ବିଭାଗଗୁଡ଼ିକରେ ଏହି ବ୍ୟବସ୍ଥା ଉପଯୋଗୀ ହେବ ବୋଲି କୁହାଯାଇଛି। ଏହାଦ୍ୱାରା ଅଭିଜ୍ଞ ଡାକ୍ତରଙ୍କ ଜ୍ଞାନ ଓ ଚିକିତ୍ସା ଅନୁଭବର ସିଧାସଳଖ ଲାଭ ରୋଗୀମାନେ ପାଇପାରିବେ।

ବ୍ରଜେଶ ପାଠକଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଅବସର ପରେ ଡାକ୍ତରମାନଙ୍କୁ ୭୦ ବର୍ଷ ପର୍ଯ୍ୟନ୍ତ ପୁନଃନିଯୁକ୍ତି ଦେବା ସମ୍ପର୍କିତ ଆଦେଶ ପ୍ରକ୍ରିୟା ଶୀଘ୍ର କରିବାକୁ କୁହାଯାଇଛି। ସରକାରଙ୍କ ଆଶା, ଏହି ପଦକ୍ଷେପ ଦ୍ୱାରା ହସ୍ପିଟାଲଗୁଡ଼ିକ ଉପରେ ଚିକିତ୍ସା ସେବାର ଚାପ କମିବା ସହ ଗ୍ରାମାଞ୍ଚଳରେ ମଧ୍ୟ ଅଭିଜ୍ଞ ଡାକ୍ତରଙ୍କ ସେବା ଅଧିକ ସମୟ ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories