Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Raipur Central Jail: କଏଦୀଙ୍କ ହାତରେ ତିଆରି ୫୦୦ ଇକୋ-ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି, ବିସର୍ଜନ ପରେ ଉଠିବ ଗଛ

ଛତିଶଗଡ଼: ଆଗାମୀ ଗଣେଶ ଚତୁର୍ଥୀକୁ ନଜରରେ ରଖି ଛତିଶଗଡ଼ର ରାୟପୁର କେନ୍ଦ୍ରୀୟ ଜେଲ୍‌ର କଏଦୀମାନେ ପ୍ରାୟ ୫୦୦ଟି ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ପ୍ରାକୃତିକ ମାଟି ଓ ପ୍ରାକୃତିକ ରଙ୍ଗରେ ତିଆରି ଏହି ମୂର୍ତ୍ତିଗୁଡ଼ିକର ଆକାର ୧ରୁ ୨ ଫୁଟ୍‌ ମଧ୍ୟରେ ରହିଛି। ଏଗୁଡ଼ିକୁ ଜେଲ୍‌ ଏମ୍ପୋରିୟମ୍‌ରେ ବିକ୍ରି ପାଇଁ ରଖାଯାଇଛି।

ଏହି ମୂର୍ତ୍ତିଗୁଡ଼ିକର ବିଶେଷତ୍ୱ ହେଉଛି, ଏଥିରେ ତୁଳସୀ ସମେତ ବିଭିନ୍ନ ଗଛର ବୀଜ ଦିଆଯାଇଛି। ଗଣେଶ ପୂଜା ପରେ ମୂର୍ତ୍ତି ବିସର୍ଜନ କରାଯିବା ପରେ ଉପଯୁକ୍ତ ପରିସ୍ଥିତିରେ ଏହି ବୀଜଗୁଡ଼ିକ ଅଙ୍କୁରିତ ହୋଇ ଗଛରେ ପରିଣତ ହୋଇପାରିବ। ଏହି ପଦକ୍ଷେପ ଧାର୍ମିକ ଆସ୍ଥା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛି।

ଜେଲ୍‌ ଅଧୀକ୍ଷକ ଯୋଗେଶ ସିଂହଙ୍କ ଅନୁସାରେ, ପ୍ରାୟ ୧୦ ଜଣ କଏଦୀ ମିଶି ଏହି ମୂର୍ତ୍ତିଗୁଡ଼ିକୁ ତିଆରି କରିଛନ୍ତି। ଏପରି ସୃଜନଶୀଳ କାର୍ଯ୍ୟକଳାପ କଏଦୀମାନଙ୍କ ଦକ୍ଷତା ବିକାଶ, ସକାରାତ୍ମକ ଚିନ୍ତାଧାରା ଓ ପୁନର୍ବାସରେ ସହାୟକ ହେବ ବୋଲି ସେ କହିଛନ୍ତି। ରାୟପୁର କେନ୍ଦ୍ରୀୟ ଜେଲ୍‌ରେ କଏଦୀମାନଙ୍କ ଆତ୍ମନିର୍ଭରତା ଓ ପୁନର୍ବାସ ପାଇଁ ଏଭଳି ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚାଲୁଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories