ସୁବଳୟା ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୁବଳୟା ସ୍ଥିତ ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି l ସଂଘର ସଭାପତି ଭୋଳାନାଥ କର୍ମୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ପୂର୍ବତନ ସୁବର୍ଣ୍ଣପୁର ଜ଼ିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶ ଦାତା ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗଙ୍ଗାଧର ମେହେର କାବ୍ୟ ରଚନା ମାଧ୍ୟମରେ ସ୍ୱତନ୍ତ୍ର ଓଡିଶା ଗଠନ ର ମୂଳଦୁଆ ପକାଇ ଥିଲେ ବୋଲି ମତବ୍ୟକ୍ତ କରିଥିଲେ ଓ ତାଙ୍କ କବିତା ସମୂହକୁ ଇଂରାଜୀ କବି ୱାର୍ଡସୱାର୍ଥ ଙ୍କ କବିତା ସହ ତୁଳନା କରିଥିଲେ l ବୀରମହାରାଜପୁର କଲେଜ ର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ଼କ୍ଟର ପ୍ରକାଶ କୁମାର ସେଠ ମୁଖ୍ୟବକ୍ତା ରୂପେ ଯୋଗଦେଇ କବିଙ୍କର କାଳଜୟୀ କୃତି ସମ୍ଭାର ତପସ୍ୱିନୀ, କିଚକ ବଧ, ଇନ୍ଦୁମତୀ, ପ୍ରଣୟ ବଲ୍ଲରୀ ଓ ଅର୍ଘ୍ୟ ଥାଳି ସମ୍ପର୍କରେ ଆଲୋଚନା କରି ତାଙ୍କୁ ଓଡ଼ିଶାରେ ଉପଯୁକ୍ତ ଗୁରୁତ୍ୱ ଓ ସମ୍ମାନ ଦିଆ ଯାଉନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ l ସଂଘର ପୂର୍ବତନ ସଭାପତି ନାରାୟଣ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l କୋଷଧ୍ୟକ୍ଷ ସୁରେନ୍ଦ୍ର କୁମାର ସାହୁ ସଭା ପରିଚାଳନା କରିଥିଲେ l ଶେଷରେ ସମ୍ପାଦକ ଗୌରାଙ୍ଗ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସଭାରେ ଉପସ୍ଥିତ ବିଶିଷ୍ଟ ସମାଜସେବୀ ଏବଂ ବରିଷ୍ଠ ନାଗରିକ ସତ୍ୟ ନାରାୟଣ ନାଏକ ସୁବଳୟା ସଂଘକୁ ଏକ ଏଲ ଇ ଡି ଟିଭି ଦାନ କରିବେ ବୋଲି ଘୋଷଣା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପସଭାପତି ନିତ୍ୟାନନ୍ଦ ମହାପାତ୍ର, ସହ ସମ୍ପାଦକ ଦୀନବନ୍ଧୁ ମଲ୍ଲିକ, ଘନଶ୍ୟାମ ଦାଶ , ଜଗନ୍ନାଥ ନାଏକ ପ୍ରମୁଖ ସହଯୋଗ କରିଥିଲେ l

