Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Khandagiri Sex Racket: ଇଭେଣ୍ଟ ମ୍ୟାନେଜମେଣ୍ଟ ନାଁରେ ଚାଲିଥିଲା ସେକ୍ସ ର୳।କେଟ୍‌! ୭ ଉଦ୍ଧାର; ୫ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଇଭେଣ୍ଟ ମ୍ୟାନେଜମେଣ୍ଟ ନାଁରେ ଚଲା ଯାଉଥିଲା ଦେହ ବ୍ୟବସାୟ! ଖଣ୍ଡଗିରି ଥାନା ପୁଲିସ ଏହି ଘଟଣାର ପର୍ଦ୍ଦାଫାସ୍‌ କରିଛି । ଜାଗମରାସ୍ଥିତ ଏକ ହୋଟେଲ୍‌ରେ ଚଢ଼ାଉ କରି ୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ରାକେଟ୍‌ ସହ ଜଡ଼ିତ ୫ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ଅନୁସାରେ, ଜୟା କୁମାରୀ ଓ ତାଙ୍କ ପ୍ରେମିକ ସଞ୍ଜୟ ବେହେରା ଏହି ରାକେଟ୍‌ର ମୁଖ୍ୟ ପରିଚାଳକ ଥିବା ଅଭିଯୋଗ ହୋଇଛି। ଜୟାଙ୍କ ଭାଇ ଡାନି, ଭଉଣୀ କ୍ରୀତି ଓ ସହଯୋଗୀ ରାଜେଶ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ପୁଲିସ କହିଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ, ଚାକିରିର ପ୍ରତିଶ୍ରୁତି ଦେଇ ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଭୁବନେଶ୍ୱର ଅଣାଯାଉଥିଲା। ପରେ ସେମାନଙ୍କୁ ଜାଗମରାର ହୋଟେଲ୍‌ରେ ରଖି ଦେହ ବ୍ୟବସାୟରେ ଲଗାଯାଉଥିବା ଅଭିଯୋଗ ହୋଇଛି। ପୁଲିସର କହିବା ଅନୁସାରେ, ଗ୍ରାହକ ଯୋଗାଡ଼ କରୁଥିଲେ ସଞ୍ଜୟ ଏବଂ ଯୁବତୀମାନଙ୍କୁ ଗ୍ରାହକଙ୍କ ପାଖକୁ ନେଇଯିବା କାମ ରାଜେଶ କରୁଥିଲେ। ଯୁବତୀମାନଙ୍କୁ ହୋଟେଲ୍‌ରୁ ବାହାରକୁ ଯିବାକୁ ଦିଆଯାଉନଥିବା ଏବଂ ତାଲା ପକାଇ ରଖାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ବାଲେଶ୍ୱରର ଜଣେ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଆଣିବା ପରେ ତାଙ୍କୁ ଦେହ ବ୍ୟବସାୟରେ ଲଗାଯାଇଥିବା ଏବଂ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି।

ସୂଚନା ଅନୁଯାୟୀ, ବୁଧବାର ସମ୍ପୃକ୍ତ ବାଲେଶ୍ୱରର ଯୁବତୀ ହୋଟେଲ୍‌ରୁ ଖସି ଆସି ଖଣ୍ଡଗିରି ଥାନା ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ହୋଟେଲ୍‌ରେ ଚଢ଼ାଉ କରି ୬ ଜଣ ଯୁବତୀଙ୍କୁ ଆହୁରି ଉଦ୍ଧାର କରିଛି। ସେମାନଙ୍କୁ ସ୍ୱଳ୍ପକାଳୀନ ଆଶ୍ରୟଗୃହରେ ରଖାଯାଇଛି। ପୁଲିସର ପ୍ରାଥମିକ ତଦନ୍ତରେ ପ୍ରାୟ ୫ ମାସ ଧରି ଏହି କାରବାର ଚାଲିଥିବା ଜଣାପଡ଼ିଛି। ଗ୍ରାହକଙ୍କଠାରୁ ଘଣ୍ଟା ପିଛା ପ୍ରାୟ ୫ ହଜାର ଟଙ୍କା ନିଆଯାଉଥିବା ବେଳେ ଯୁବତୀଙ୍କୁ ୧ ହଜାର ଟଙ୍କା ଦିଆଯାଉଥିବା ପୁଲିସ କହିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦୁଷ୍କର୍ମ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତାକାଲି ଉଦ୍ଧାର ଯୁବତୀମାନଙ୍କ ବୟାନ ରେକର୍ଡ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories