Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

UP ଅଙ୍ଗନବାଡି: ଅଙ୍ଗନୱାଡ଼ି କର୍ମୀଙ୍କ ୧୨ ହଜାରକୁ ଦରମା ବୃଦ୍ଧି , ସହାୟିକାଙ୍କ ୬ ହଜାର; ମିଳିବ ୫ ଲକ୍ଷର କ୍ୟାସଲେସ୍‌ ଚିକିତ୍ସା ସୁବିଧା

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଙ୍ଗନୱାଡ଼ି କର୍ମୀଙ୍କ ମାସିକ ମାନଦେୟ ୮ ହଜାରରୁ ବଢ଼ି ୧୨ ହଜାର ଟଙ୍କା ହେବାକୁ ଥିବାବେଳେ ସହାୟିକାଙ୍କ ମାନଦେୟ ୪ ହଜାରରୁ ବଢ଼ି ୬ ହଜାର ଟଙ୍କା ହେବ। ଏଥିସହ କର୍ମୀ, ସହାୟିକା ଓ ସେମାନଙ୍କ ପରିବାରକୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମିଳିବ।

ଅଯୋଧ୍ୟାରେ ICDS ଅଧୀନରେ ଆୟୋଜିତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ସମ୍ମାନ ସମାରୋହରେ ଯୋଗଦେଇ ଯୋଗୀ ଏହି ଘୋଷଣା କରିଛନ୍ତି। ଏଣିକି ଦୁଇଟି ବଦଳରେ ତିନୋଟି ଶାଢ଼ୀ ମିଳିବ। ଏହାସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଅଧିକ ସ୍ମାର୍ଟ କରିବା ପାଇଁ ସ୍ମାର୍ଟଫୋନ୍‌ ଏବଂ ରିଅଲ୍‌-ଟାଇମ୍‌ ଡାଟା ବ୍ୟବସ୍ଥାର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଅଯୋଧ୍ୟାର କାର୍ଯ୍ୟକ୍ରମରେ ପ୍ରାୟ ୧୨ ହଜାର କର୍ମୀ ଓ ସହାୟିକା ଉପସ୍ଥିତ ଥିବାବେଳେ ରାଜ୍ୟର ୭୫ଟି ଜିଲ୍ଲାର କାର୍ଯ୍ୟକ୍ରମରେ ମଧ୍ୟ ଅନେକ ଜନପ୍ରତିନିଧି ଯୋଡ଼ି ହୋଇଥିଲେ।

ଯୋଗୀ ଆଦିତ୍ୟନାଥ କହିଛନ୍ତି, ୨୦୧୭ରେ ବିଜେପି ସରକାର ଗଠନ ସମୟରେ ଅଙ୍ଗନୱାଡ଼ି କର୍ମୀଙ୍କୁ ୩ ହଜାର ଟଙ୍କା ମାନଦେୟ ମିଳୁଥିଲା। ପରେ ଏହାକୁ କାର୍ଯ୍ୟଦକ୍ଷତା ଆଧାରିତ ବ୍ୟବସ୍ଥା ସହ ଯୋଡ଼ି ୮ ହଜାର ଟଙ୍କା କରାଯାଇଥିଲା ଏବଂ ଏବେ ଏହା ୧୨ ହଜାର ଟଙ୍କା ହେବ। ସେହିପରି ସହାୟିକାଙ୍କ ମାନଦେୟ ମଧ୍ୟ ୧,୫୦୦ରୁ ପ୍ରଥମେ ୪ ହଜାର ଏବଂ ଏବେ ୬ ହଜାର ଟଙ୍କା କରାଯାଉଛି। ଅଙ୍ଗନୱାଡ଼ି କର୍ମୀଙ୍କ ଡିଜିଟାଲ୍‌ କାର୍ଯ୍ୟକୁ ସହଜ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧.୨୮ ଲକ୍ଷ ସ୍ମାର୍ଟଫୋନ୍‌ ଉପଲବ୍ଧ କରାଯାଇଛି। ସରକାରୀ ଆଦେଶ ଅନୁଯାୟୀ, ବର୍ଦ୍ଧିତ ମାନଦେୟ ସେପ୍ଟେମ୍ବର ୨୦୨୬ରୁ ଲାଗୁ ହୋଇ ଅକ୍ଟୋବରରେ ପ୍ରଦାନ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories