Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିରବଚ୍ଛିନ୍ନ ପରିଶ୍ରମ ସଫଳତାର ମହାମନ୍ତ୍ର

ଇତିହାସ ବିଭାଗର ସ୍ୱାଗତ ଉତ୍ସବ
ବୀରମହାରାଜପୁର : ଛାତ୍ରଛାତ୍ରୀ ମାନେ ଶୃଙ୍କଳିତ ହେଵା ଅତ୍ୟନ୍ତ ଆବଶ୍ୟକ I ନିରବଛିନ୍ନ ପରିଶ୍ରମ ସଫଳତାର ମହାମନ୍ତ୍ର I ପରିଶ୍ରମୀ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭରଶୀଳ ଭାରତର ଜଣେ ଜଣେ ସଫଳ ବିନ୍ଧାଣି ହୋଇପାରିବେ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଇତିହାସ ବିଭାଗରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବୁଧବାର ଅନୁଷ୍ଠିତ ସ୍ୱାଗତ ଉତ୍ସବରେ ନିମନ୍ତ୍ରିତ ଅତିଥିବୃନ୍ଦ ମତବ୍ୟକ୍ତ କରିଛନ୍ତି I ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷା ବିଭାଗର ଅଧ୍ୟାପକ ଡ଼. ଶିଶିର ବଣିଆ ମୁଖ୍ୟ ଅତିଥି ଭାବରେ ଏବଂ ଓଡିଆ ବିଭାଗର ଅଧ୍ୟାପିକା ଯାମିନୀ ଦାଶ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍ୱାଗତ ବାର୍ତ୍ତା ପ୍ରଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଇତିହାସ ବିଭାଗର ଅଧ୍ୟାପିକା ଡ଼. ବନ୍ଦିତା ବିଶ୍ଵାଳ ଏବଂ ଅଧ୍ୟାପକ ଆଶିଷ କୁମାର ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହିତ ବିଭାଗର ନୀତି, ନିୟମ ସମ୍ପର୍କରେ ଅବଗତ କରାଇଥିଲେ I ସଭା ସଂଯୋଜନା ମଞ୍ଜଳି ମେଣ୍ଡିଲି କରିଥିବାବେଳେ ସୌମ୍ୟା ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବାସନ୍ତୀ ଭୋଇ, ରଶ୍ମି ଭୋଇ,କରିନା ସାହୁ, ସୃତି ଭରାସାଗର, ଗିତିମା ଛତ୍ରିଆ ପ୍ରମୁଖ ସ୍ୱାଗତ ବାର୍ତ୍ତା ପ୍ରଦାନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ