Spa Raid:ପାରାଦ୍ୱୀପରେ ୨ ସ୍ପାରେ ପୋଲିସର ଅତର୍କିତ ଚଢ଼ାଉ, ୪ ଯୁବତୀ ସମେତ ୮ ଜଣଙ୍କୁ ଧରିଲା ପୋଲିସ
ପାରାଦ୍ୱୀପ: ପାରାଦ୍ୱୀପରେ ଦୁଇଟି ସ୍ପା ଉପରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ସ୍କୁଲ ଲାଇନ୍ ଅଞ୍ଚଳରେ ଥିବା ଟାଇଟାନିକ୍ ସ୍ପା ଏବଂ ତାରିଣୀଗଡ଼ାର ସିଗନେଚର ସ୍ପାରେ ପୋଲିସ ରେଡ୍ କରିଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ୪ ଜଣ ଯୁବତୀ, ୨ ଜଣ ଗ୍ରାହକ ଏବଂ ୨ ଜଣ ସ୍ପା ମାଲିକଙ୍କୁ ପୋଲିସ ଧରିଛି।
ପୋଲିସ ଉଭୟ ସ୍ପାର କାଗଜପତ୍ର ଓ ପରିଚାଳନା ସମ୍ପର୍କରେ ଯାଞ୍ଚ କରୁଛି। ପ୍ରାଥମିକ ଯାଞ୍ଚରୁ ଏହି ଦୁଇଟି ସ୍ପାର ବୈଧ ପଞ୍ଜିକରଣ ନଥିବା ଜଣାପଡ଼ିଛି। ଏହାକୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ତେବେ ଏହି ସ୍ପାଗୁଡ଼ିକରେ କେଉଁ ପ୍ରକାର କାର୍ଯ୍ୟକଳାପ ଚାଲୁଥିଲା ଏବଂ ପଞ୍ଜିକରଣ ବିନା କିପରି ବ୍ୟବସାୟ ଚାଲିଥିଲା, ସେନେଇ ପୋଲିସ ଖୋଳତାଡ଼ କରୁଛି। ତଦନ୍ତ ପରେ ଘଟଣାରେ ଆଉ କୌଣସି ଅନିୟମିତତା ରହିଛି କି ନାହିଁ ତାହା ସ୍ପଷ୍ଟ ହେବ।

