Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Orangutan Mystery: ଇଣ୍ଡୋନେସିଆ ଫେରିବେ ୫ ଶାବକ? ଉତ୍ସ ଯାଞ୍ଚ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର: ଓଡ଼ିଶାରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ନେଇ ଚର୍ଚ୍ଚା ବଢ଼ିଥିବାବେଳେ, ସେମାନଙ୍କୁ ଇଣ୍ଡୋନେସିଆ ଫେରାଇ ନେବାକୁ ସେଠାକାର ସରକାର ପଦକ୍ଷେପ ଆରମ୍ଭ କରିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇର ବିଚିତ୍ରପୁର ଜଙ୍ଗଲରୁ ଶାବକମାନଙ୍କୁ ଉଦ୍ଧାର କରାଯାଇଥିବା ଘଟଣାକୁ ଇଣ୍ଡୋନେସିଆ ସରକାର ଗୁରୁତ୍ୱର ସହ ନେଇଛନ୍ତି । ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରି ଶାବକମାନଙ୍କ ଉତ୍ସ ଯାଞ୍ଚ କରିବା ସହ ଆବଶ୍ୟକ ପ୍ରକ୍ରିୟା ଶେଷ କରି ସେମାନଙ୍କୁ ନିଜ ଦେଶକୁ ଫେରାଇ ନେବା ନେଇ ପ୍ରୟାସ ଚାଲିଛି।

ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଅନୁସାରେ, ଭାରତରେ ମିଳିଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କ ଉତ୍ସ ସମ୍ପର୍କରେ ଅନୁସନ୍ଧାନ ଚାଲିଛି। ପ୍ରାଥମିକ ଶାରୀରିକ ଓ ଆକୃତିଗତ ଯାଞ୍ଚରୁ ଏହି ଶାବକମାନେ ସୁମାତ୍ରାର ଓରାଙ୍ଗଉଟାନ୍ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ଏହା କେବଳ ପ୍ରାଥମିକ ଅନୁମାନ ବୋଲି ଇଣ୍ଡୋନେସିଆ ସରକାର ସ୍ପଷ୍ଟ କରିଛନ୍ତି। ଡିଏନ୍‌ଏ ପରୀକ୍ଷା ପରେ ହିଁ ଶାବକମାନଙ୍କ ପ୍ରଜାତି ଓ ଜେନେଟିକ୍ ଉତ୍ସ ସମ୍ପର୍କରେ ନିଶ୍ଚିତ ତଥ୍ୟ ମିଳିପାରିବ।

ଶାବକମାନଙ୍କ ଯତ୍ନ, ଉତ୍ସ ଯାଞ୍ଚ ଏବଂ ଇଣ୍ଡୋନେସିଆକୁ ଫେରାଇ ନେବା ପାଇଁ ଦୁଇ ଦେଶର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ଜାରି ରହିଛି। ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଭାରତର CITES ମ୍ୟାନେଜମେଣ୍ଟ ଅଥରିଟି, ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ, BRIN ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥା ସହ ଯୋଗାଯୋଗରେ ରହିଛି। ତେବେ ଡିଏନ୍‌ଏ ପରୀକ୍ଷା ଓ ଆବଶ୍ୟକ ଯାଞ୍ଚ ପରେ ହିଁ ଏହି ୫ ଶାବକଙ୍କୁ ଇଣ୍ଡୋନେସିଆ ଫେରାଇ ଦିଆଯିବ କି ନାହିଁ, ତାହା ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories