Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vigilance Raid: ବାରିପଦାରେ ୨ ଅଡିଟ୍ ଅଫିସରଙ୍କୁ ଧରିଲା ଭିଜିଲାନ୍ସ, ମୋଟ ୧୪.୨୦ ଲକ୍ଷ ନଗଦ ଜବତ

ବାରିପଦା: ବାରିପଦା ସହରରେ ଭିଜିଲାନ୍ସର ବଡ଼ ଧରପକଡ଼। ୨ ଜଣ ଅଡିଟ୍ ଅଫିସରଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖିଛି। ସେମାନଙ୍କ ଗାଡ଼ିରୁ ୫ ଲକ୍ଷ ୨୦ ହଜାର ଟଙ୍କା ନଗଦ ଜବତ ହୋଇଥିବା ବେଳେ, ବାରିପଦାରେ ସେମାନେ ରହୁଥିବା ଏକ ହୋଟେଲ ରୁମରୁ ଆଉ ୯ ଲକ୍ଷ ଟଙ୍କା ଜବତ କରାଯାଇଛି। ଗତ ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ଉଭୟଙ୍କ ଗତିବିଧି ଉପରେ ନଜର ରଖିବା ସହ ପିଛା କରିଥିଲା। ପରେ ବାରିପଦା ସହରରୁ ଉଭୟଙ୍କୁ ଧରିଥିଲା।

ଅଟକ ଅଡିଟ୍ ଅଫିସର ଦ୍ୱୟ ହେଲେ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ। ଉଭୟ ଭୁବନେଶ୍ୱରସ୍ଥିତ ଏସ୍‌ଟିଏସ୍‌ ବିଭାଗରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲରେ ଅଡିଟ୍ କାର୍ଯ୍ୟ ଚାଲିଥିବା ସମୟରେ ଉଭୟଙ୍କ ନିକଟରେ ବିପୁଳ ପରିମାଣର ନଗଦ ଟଙ୍କା ଥିବା ନେଇ ଭିଜିଲାନ୍ସକୁ ସୂଚନା ମିଳିଥିଲା। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କ ଗତିବିଧି ଉପରେ ନଜର ରଖିଥିଲେ।

ଭିଜିଲାନ୍ସ ଟିମ୍ ଉଭୟ ଅଡିଟ୍ ଅଫିସରଙ୍କୁ ଅଟକ ରଖିବା ସହ ମୋଟ ୧୪ ଲକ୍ଷ ୨୦ ହଜାର ଟଙ୍କା ନଗଦ ଜବତ କରିଛି। ଜବତ ଟଙ୍କାର ଉତ୍ସ ଓ ଏହା ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ନେଇ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି। ପରବର୍ତ୍ତୀ ତଦନ୍ତ ପାଇଁ ଉଭୟଙ୍କୁ ନେଇ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଯାଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories