Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BRICS Summit: ବିଶ୍ୱ ମଞ୍ଚରେ ଓଡ଼ିଶାର ପାହାଡ଼ିଆ କଫି, ବ୍ରିକ୍ସ ଅତିଥିଙ୍କ ଗୁଡି ବ୍ୟାଗ୍‌ରେ ସ୍ଥାନ ପାଇଲା ସ୍ୱତନ୍ତ୍ର ସ୍ୱାଦ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆରମ୍ଭ ହୋଇଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ଏହି ଅବସରରେ ଦେଶବିଦେଶରୁ ଆସିଥିବା ସାମ୍ବାଦିକ ଓ ପ୍ରତିନିଧିଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଗୁଡି ବ୍ୟାଗ୍‌ ପ୍ରସ୍ତୁତ କରାଯାଇଛି। ଭାରତର ବିଭିନ୍ନ ରାଜ୍ୟର ସ୍ଥାନୀୟ ଉତ୍ପାଦ, ପରମ୍ପରା ଓ ହସ୍ତକଳାକୁ ଏହି ଉପହାର ମାଧ୍ୟମରେ ବିଶ୍ୱ ଅତିଥିଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରାଯାଇଛି। ବିଶେଷ ଆକର୍ଷଣ ପାଲଟିଛି ଓଡ଼ିଶାର ଆଦିବାସୀ ଅଞ୍ଚଳରୁ ଆସିଥିବା ପାହାଡ଼ିଆ କଫି।

ଏହି ଗୁଡି ବ୍ୟାଗ୍‌ରେ ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଉତ୍ପାଦିତ ୧୦୦ ପ୍ରତିଶତ ଆରାବିକା ସ୍ପେଶାଲିଟି କଫି ସାମିଲ କରାଯାଇଛି। ନିଜସ୍ୱ ସୁଗନ୍ଧ ଓ ସ୍ୱାଦ ପାଇଁ ପରିଚିତ ଏହି କଫି ବିଦେଶୀ ଅତିଥିଙ୍କୁ ଓଡ଼ିଶାର ପାହାଡ଼ିଆ ଅଞ୍ଚଳର ଉତ୍ପାଦ ସହ ପରିଚିତ କରାଇବ। ଏହା ସହ ବିହାରର ପ୍ରସିଦ୍ଧ ସତୁ ବା ଛତୁଆ ମଧ୍ୟ ଗୁଡି ବ୍ୟାଗ୍‌ରେ ସ୍ଥାନ ପାଇଛି। ପ୍ରୋଟିନ୍‌ରେ ଭରପୂର ଏହି ପାରମ୍ପରିକ ଖାଦ୍ୟକୁ ଆଗାମୀ ଦିନରେ ବିଶ୍ୱସ୍ତରରେ ‘ସୁପରଫୁଡ୍‌’ ଭାବେ ଲୋକପ୍ରିୟ କରିବାର ସମ୍ଭାବନା ରହିଛି।

ଗୁଡି ବ୍ୟାଗ୍‌ରେ ମଖାନା ମଧ୍ୟ ରହିଛି, ଯାହା ଭାରତର ଲୋକପ୍ରିୟ ସ୍ନାକ୍ସ ମଧ୍ୟରୁ ଅନ୍ୟତମ। ଏଥିସହ ଗୁଜରାଟର ହାତତିଆରି ବ୍ଲକ୍‌ ପ୍ରିଣ୍ଟ ଶାଲ୍‌ ଏହି ଉପହାରକୁ ଆହୁରି ବିଶେଷ କରିଛି। ଭାରତର ବିଭିନ୍ନ ଅଞ୍ଚଳର ଖାଦ୍ୟ, କୃଷିଜାତ ଉତ୍ପାଦ ଓ ହସ୍ତକଳାକୁ ଏକାଠି କରି ଏହି ଗୁଡି ବ୍ୟାଗ୍‌ ମାଧ୍ୟମରେ ଦେଶର ସ୍ଥାନୀୟ ଐତିହ୍ୟକୁ ବିଶ୍ୱ ମଞ୍ଚରେ ପ୍ରଦର୍ଶନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories