Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Abu Dhabi Crown Prince: ଦିଲ୍ଲୀରେ ଆବୁଧାବି କ୍ରାଉନ୍ ପ୍ରିନ୍ସ, ମୋଦୀଙ୍କ ସହ ଶକ୍ତି, ବାଣିଜ୍ୟ ଓ AI ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ ଦିଲ୍ଲୀରେ ପହଞ୍ଚିଛନ୍ତି। ୟୁଏଇ ରାଷ୍ଟ୍ରପତିଙ୍କ ପ୍ରତିନିଧି ଭାବେ ସେ ଭାରତ ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଇଥିଓପିଆ ଓ ମାଲେସିଆର ନେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମ୍ପ୍ରତି ଆଲୋଚନା ପରେ ଏହି ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି।

ଭାରତ-ୟୁଏଇ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଏହି ବୈଠକରେ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷକରି ଶକ୍ତି ଯୋଗାଣ, ବାଣିଜ୍ୟ, କୃତ୍ରିମ ବୁଦ୍ଧିମତ୍ତା, ଆର୍ଥିକ ସହଯୋଗ, ଶିକ୍ଷା ଓ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ। ଦୁଇ ଦେଶ ମଧ୍ୟରେ ନିବେଶ ଓ ଆର୍ଥିକ ସହଯୋଗକୁ ଆଗକୁ ବଢ଼ାଇବା ନେଇ ମଧ୍ୟ ମତ ବିନିମୟ ହେବାର ସମ୍ଭାବନା ରହିଛି।

ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ପରିପ୍ରେକ୍ଷୀରେ ଆଞ୍ଚଳିକ ସୁରକ୍ଷା ମଧ୍ୟ ଏହି ଆଲୋଚନାର ଏକ ପ୍ରମୁଖ ପ୍ରସଙ୍ଗ ହେବ। ଏହା ସହ ସମୁଦ୍ରପଥରେ କାର୍ଯ୍ୟରତ ଭାରତୀୟ ନାବିକମାନଙ୍କ ସୁରକ୍ଷା ଏବଂ ବ୍ରିକ୍ସ ଢାଞ୍ଚାରେ ୟୁଏଇର ଭୂମିକା ନେଇ ମଧ୍ୟ ଆଲୋଚନା ହୋଇପାରେ। ଏହି ଗସ୍ତ ଭାରତ ଓ ୟୁଏଇ ମଧ୍ୟରେ ରଣନୈତିକ ଏବଂ ଆର୍ଥିକ ସହଯୋଗକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories