Operation Ashdar: ପାକିସ୍ତାନୀ ନାଗରିକ ଆତଙ୍କବାଦୀ ନିହତ , ଜୈଶ୍-ଇ-ମହମ୍ମଦ ସହ ସମ୍ପର୍କ ଥିବା ଦାବି
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ପୁଲିସ ଶନିବାର କହିଛି ଯେ, ‘ଅପରେସନ ଅଶଦାର’ ସମୟରେ ନିହତ ହୋଇଥିବା ଜଣେ ଆତଙ୍କବାଦୀଙ୍କ ମୃତଦେହାବଶେଷ ଉଦ୍ଧାର କରାଯାଇଛି। ନିହତ ଆତଙ୍କବାଦୀଙ୍କ ପରିଚୟ ପାକିସ୍ତାନୀ ନାଗରିକ ୟାସିର ଭାବେ ହୋଇଥିବା ସୁରକ୍ଷାବାହିନୀ ପକ୍ଷରୁ ଦାବି କରାଯାଇଛି।
ସୁରକ୍ଷାବାହିନୀଙ୍କ ସୂଚନା ଅନୁସାରେ, ୟାସିର ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ସହ ଜଡ଼ିତ ଥିଲା। ଅପରେସନ ସମୟରେ ଘଟଣାସ୍ଥଳରୁ ରାତିରେ ମଧ୍ୟ ବ୍ୟବହାରଯୋଗ୍ୟ ଏକ ଏମ୍-୪ କାର୍ବାଇନ୍ ରାଇଫଲ୍ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।
ଆତଙ୍କବାଦୀ ନିହତ ହେବା ପରେ ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀ ଏବଂ ଦେଶବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ ଲୋକଙ୍କୁ କଡ଼ା ସନ୍ଦେଶ ଦିଆଯାଇଛି। ପୁଲିସ କହିଛି ଯେ, ଲୁଚିବାକୁ ଚେଷ୍ଟା କଲେ ମଧ୍ୟ ସୁରକ୍ଷାବାହିନୀଙ୍କ ନଜରରୁ ଖସିବା ସମ୍ଭବ ନୁହେଁ।

