Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସ୍ଵର୍ଣ୍ଣଲତା ବେହେରାଙ୍କ ସଭାପତିତ୍ୱରେ ତଥା ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଶିକ୍ଷକ ଚନ୍ଦ୍ରମଣି ବାଘଙ୍କ ସଂଯୋଜନାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସମ୍ପା ବିଶ୍ୱାଳ, ପ୍ରତିମା ବାଘ, ଘନଶ୍ୟାମ ନାଏକ, ଅଜିତ ଗର୍ଡିଆ, ସରୋଜ ପଧାନ, ବିକ୍ରମ ସାହୁ, ଆଭାସ ସାହୁ ପ୍ରାଥମିକ ଚିକିତ୍ସାର ଉପାଦେୟତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତକରି ଚିକିତ୍ସା କୌଶଳ ଶିଖିବା ପାଇଁ ପରାମର୍ଶ ଦେଇଥିଲେ l ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଶିକ୍ଷକ ଶ୍ରୀ ବାଘ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା କୌଶଳରେ ହାତଗୋଡ଼ ବ୍ୟାଣ୍ଡେଜ, ଚୋକିଙ୍ଗ, ହୃଦଘାତର ଲକ୍ଷଣ, ସତର୍କତା ବିଷୟରେ ଶିକ୍ଷା ଦେଇଥିଲେ l ଛାତ୍ରଛାତ୍ରୀମlନେ ନିଜେ ଶିଖିବା ସହିତ ପରିବାରରେ ପଡୋଶୀରେ ଶିଖାଇବେ l ଯାହାଦ୍ୱାରା ଲୋକେ ପ୍ରାଥମିକ ଉପଚାର ପାଇ ଉପକୃତ ହେବେ l ଶେଷରେ ଛାତ୍ରୀ ସଂସ୍କୃତି ଖମାରି ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ