Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସଭା ଗୃହ ପରିସରରେ ବିଡିଓ ଶଶାଙ୍କ ଶେଖର ପାତ୍ରଙ୍କ ସଭାପତିତ୍ୱରେ ବାଲିଗୁଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବ୍ଲକ ଅଧ୍ୟକ୍ଷା ନିଶାବତୀ ମଲିକ, ଜିଲ୍ଲାପରିଷଦ ସଭ୍ୟ ଆଶିଷ ଦିଗାଲ, ବ୍ଲକ ଉପାଧ୍ୟକ୍ଷଙ୍କ ସମେତ 14ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିବାବେଳେ ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷା ବିଭାଗ ଅଧିକାରୀ, ବନବିଭାଗ ଅଧିକାରୀ,ଉଦ୍ୟାନ ବିଭାଗ,ମୂର୍ତ୍ତିକା ବିଭାଗ, ଗ୍ରାମ୍ୟ ଉନୟନ ବିଭାଗ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କାର୍ଯ୍ୟକ୍ରମ କିପରି ଚାଲିଛି ଓ କିଭଳି କାମ ତ୍ଵାରାନ୍ୱିତ ହୋଇ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ଏବଂ ବର୍ତ୍ତମାନ ଆସିଥିବା “ମୋ ଘର ” ଯୋଜନା ଉପରେ କିଭଳି ହିତାଧିକାରୀ ଉପକୃତ ହେବେ ତାହାରି ଉପରେ ବିସ୍ତୁତ ଆଲୋଚନା ସହ ପ୍ରତ୍ୟେକ ଗାଁ ଗାଁ ରେ ଥିବା ହିତାଧିକାରୀ ମାନେ କିପରି ସୁବିଧାରେ ଉପକୃତ ହୋଇପାରିବେ ସେ ନେଇ ଚେଷ୍ଟା ଜାରି ରଖିବାକୁ ଗୁରୁତ୍ୱାରୋପ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ