Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Asian Games 2026: ମହିଳା କ୍ରିକେଟ୍ ଟିମ୍ ଆଣିଲା ଭାରତର ପ୍ରଥମ ସ୍ୱର୍ଣ୍ଣ, ମନ୍ଧାନାଙ୍କ ଧମାକାଦାର ବ୍ୟାଟିଂ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ରେ ଭାରତ ପାଇଁ ଆସିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଫାଇନାଲରେ ଶ୍ରୀଲଙ୍କାକୁ ୧୪୭ ରନ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ହାତେଇଛି। ଏହି ବିଜୟ ସହ ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଥର ଏସିଆନ୍ ଗେମ୍ସ ମହିଳା କ୍ରିକେଟ୍‌ରେ ସ୍ୱର୍ଣ୍ଣ ଜିତିଛି।

ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୬ ରନ୍ କରିଥିଲା। ଉପଅଧିନାୟିକା ସ୍ମୃତି ମନ୍ଧାନା ମାତ୍ର ୪୫ ବଲ୍‌ରେ ୭୯ ରନ୍‌ର ଦମଦାର ଇନିଂସ ଖେଳିଥିଲେ। ଶେଫାଳୀ ବର୍ମା ୪୮ ରନ୍ କରିଥିବା ବେଳେ ରିଚା ଘୋଷ ୨୨ ବଲ୍‌ରେ ଅପରାଜିତ ୪୯ ରନ୍ କରି ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ।

୨୧୭ ରନ୍‌ର ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କାର ଟିମ୍ ଭାରତୀୟ ବୋଲରଙ୍କ ସାମ୍ନାରେ ଟିକି ପାରିନଥିଲା ଏବଂ ମାତ୍ର ୬୯ ରନ୍‌ରେ ଅଲଆଉଟ୍ ହୋଇଥିଲା। ଫଳରେ ଭାରତ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି। ଏହି ବିଜୟ ସହ ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ପଦକ ଖାତାକୁ ପ୍ରଥମ ସ୍ୱର୍ଣ୍ଣ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories